ପୋଲ ତିଆରି ବେଳେ ନଦୀକୁ ଖସିଲା ଟ୍ରାକ୍ଟର; ଚାଳକ ମୃତ

add-all

ଧାମରା : ଘଂଟେଶ୍ୱର ଅଞ୍ଚଳରେ ଏକ ପୋଲ ନିର୍ମାଣ ବେଳେ ଅଘଟଣ। ବାଲିଆପାଳ ଠାରେ ମନ୍ତେଇ ନଦୀ ଉପରେ ଏକ ପୋଲର ସଂଯୋଗୀକରଣ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଏହି ସଂଯୋଗୀକରଣ ରାସ୍ତାରେ ମାଟି ବୋହିବା ପାଇଁ ନିୟୋଜିତ ହୋଇଥିବା ଟ୍ରାକ୍ଟର ମାଟି ବୋଝେଇ କରି ଆସୁଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ଟ୍ରାକ୍ଟର ଚାଳକ ନିଜ ଭାରସାମ୍ୟ ହରାଇଥିଲେ। ଫଳରେ ଟ୍ରାକ୍ଟରଟି ମନ୍ତେଇ ନଦୀ ମଧ୍ୟକୁ ଖସି ପଡ଼ିଥିଲା। ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସଂପୃକ୍ତ ଚାଳକକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ମୃତକ ଜଣକ ବାଲିଦାଣ୍ଡି ଗ୍ରାମର ଟୁନା ନାୟକଙ୍କ ପୁଅ ଲିପୁନ ନାୟକ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.