
ଅନୁଗୁଳ: ପ୍ରେମିକ ପରେ ଝୁଲି ପଡ଼ିଲା ପ୍ରେମିକା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ ସେଣ୍ଟରରେ ଜୀବନ ହାରିଲେ ନାବାଳିକା । ସଖୀ ସେଣ୍ଟରର ବାଥରୁମରେ ଓଢଣିରେ ଝୁଲି ପଡ଼ିଲେ ନାବାଳିକା । ନାବାଳିକା ଜଣଙ୍କ ଅନୁଗୁଳ ସଦର ଥାନା ସମାକୋଇ ଗାଁର । କିଛି ଦିନ ତଳେ ସେ ପ୍ରେମିକଙ୍କ ସହ ଘରୁ ପଳାଇଥିଲେ ।
ଗତକାଲି ତାଙ୍କ ପ୍ରେମିକ, ଢେଙ୍କାନାଳ ନିମିଧା ଗାଁର ବେଣୁପାଣି ସାହୁ ଜୀବନ ହାରି ଥିଲେ । ଏହାପରେ ଗତକାଲି ନାବାଳିକାଙ୍କୁ ଉଦ୍ଧାର କରି ପୋଲିସ ସଖୀ ସେଣ୍ଟରରେ ରଖିଥିଲା । ଆଜି ସକାଳୁ ସକାଳୁ ନାବାଳିକା ଜଣଙ୍କ ବାଥରୁମ ଯିବାର ବାହାନା କରି ବାଥରୁମ ଭିତରେ ହିଁ ଓଢଣିରେ ଝୁଲି ପଡ଼ିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।
ମୃତକ ବେଣୁପାଣି ଅନୁଗୁଳର ନାବାଳିକା ଜଣଙ୍କୁ ପ୍ରେମ କରୁଥିଲେ । ଉଭୟ ଘରୁ ଲୁଚି କିଛି ଦିନ ପାଇଁ ମୁମ୍ବାଇ ପଳାଇଥିଲେ । ଝିଅ ଘର ଲୋକଙ୍କ ଏତଲା ପରେ ବେଣୁର ବାପା ମାଙ୍କୁ ଉଠାଇ ନେଇଥିଲା ଅନୁଗୁଳ ସଦରଥାନା ପୋଲିସ । ପ୍ରାୟ ଦୁଇ ତିନି ଦିନ ଧରି ଅଟକ ରଖିଥିଲା । ମୁମ୍ବାଇରୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ତେବେ ଏହା ସହିନପାରି ଗତକାଲ ବେଣୁ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା ।
