ଟାୟାର କାରଖାନାରେ ଅଗ୍ନିକାଣ୍ଡ

add-all

ରାଜଗାଙ୍ଗପୁର : ପଦା ଜାମପାଲି ୧୦ ନମ୍ବର ରାଜପଥ ନିକଟସ୍ଥ ଏକ ଟାୟାର କାରଖାନାରେ ଆଜି ସକାଳ ପ୍ରାୟ ୭. ୩୦ ମିନିଟ ପାଖାପାଖି ହଠାତ ନିଆଁ ଲାଗିଯିବାରୁ କାରଖାନାରେ ମହଜୁତ ସମସ୍ତ ପୁରୁଣା ଟାୟାର ଜଳିଯାଇଛି।

ସୂଚନା ପାଇ ରାଜଗାଙ୍ଗପୁର, କୁତ୍ରା, ଏବଂ ସ୍ଥନୀୟ ଡିସିବିଏଲର ମୋଟ ସାତଟି ଦମକଳ ଦୀର୍ଘ ୬/୭ ଘଣ୍ଟାର ପରିଶ୍ରମ ପରେ ନିଁଆକୁ ନିୟନ୍ତ୍ରଣ କରିଥିଲେ। ଘଟଣା ଅନୁଯାୟୀ ପଦା କାମପାଲି ଠାରେ ଥିବା ଆଟିଚୁଟ ଏକ୍ସଯାମ ପ୍ରାଇଭେଟ ଲିମିଟେଡ଼ କାରଖାନାରେ ଭୋର ସମୟରେ କୌଣସି କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। କାରଖାନାରେ ପୁରୁଣା ଟାୟାରରୁ ତେଲ ବାହାର କରାଯାଇଥାଏ। ଅଗ୍ନିକାଣ୍ଡ ଫଳରେ ଆଖପାଖ ଅଂଚଳରେ ପ୍ରାୟ ପ୍ରାୟ ୫କି.ମି ପର୍ଯ୍ୟନ୍ତ କଳା ଧୂଆଁ ଘେରି ଯାଇଥିଲା। ଅଗ୍ନିକାଣ୍ଡ ଦେଖି ନିକଟସ୍ଥ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ। ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ନିୟନ୍ତ୍ରଣ ହୋଇଥିଲା, ମାତ୍ର ସେତେବେଳକୁ ପ୍ରାୟ ସମସ୍ତ ଟାୟାର ପୋଡିବା ସହିତ କାରଖାନାର ସେଡ ଗୁଡିକ ପ୍ରଭାବିତ ହୋଇଥିଲା।

ନିଆଁ ଲାଗିବାର ପ୍ରକୃତ କାରଣ ବର୍ତ୍ତମାନ ସୁଧ୍ୟା ଜଣା ପଡ଼ିନଥିବା ବେଳେ, କାରଖାନାରେ କୌଣସି ପ୍ରକାରର ଅଗ୍ନି ନିୟନ୍ତ୍ରଣ ଉପକରଣ ନଥିବା ଏବଂ ୨୦୨୪ରୁ ଏହାର ନବୀକରଣ କରାଯାଇନଥିବା ଅଗ୍ନିସେବା ବିଭାଗ ଅଭିଯୋଗ କରିଛି। ପୂର୍ବରୁ ମଧ୍ୟ ଥରେ ଏହି କାରଖାନାରେ ନିଆଁ ଲାଗିଥିଲା। ଉଭୟ ଘଟଣାରେ କେହି ଆହତ ହୋଇନାହାନ୍ତି।

nis-ad
Leave A Reply

Your email address will not be published.