ଟିଏମସି ପାଇଁ ପ୍ରଚାର କଲେ ଅରବିନ୍ଦ କେଜରିୱାଲ

add-all

ନୂଆଦିଲ୍ଲୀ: ଆପ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ପଶ୍ଚିମବଙ୍ଗର ବାଲିଗଞ୍ଜରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ବିଧାନସଭାରେ ନିର୍ବାଚନ ସମୟରେ ସୁରକ୍ଷା ବାହିନୀ ମୁତୟନ ଉପରେ ପ୍ରଶ୍ନ ଉଠାଇ ଏହାକୁ ରାଜ୍ୟବାସୀଙ୍କ ପ୍ରତି ଅପମାନ ବୋଲି କହିବା ସହ ବଙ୍ଗ ବାସିନ୍ଦା କ’ଣ ଆତଙ୍କବାଦୀ ବୋଲି ପ୍ରଶ୍ନ କରିଛନ୍ତି କେଜରିୱାଲ।

କେଜରିୱାଲ କହିଛନ୍ତି ଯେ, ସାରା ଦେଶରୁ ଏଠାକୁ ସେନା ଡକାଯାଇଛି। ଏହାର ଆବଶ୍ୟକତା କ’ଣ ? ବଙ୍ଗର ଲୋକମାନେ ଆତଙ୍କବାଦୀ କି ? ଏହା ବଙ୍ଗଳାର ଲୋକଙ୍କ ପ୍ରତି ଅପମାନ। ବଙ୍ଗରେ ୩.୫ଲକ୍ଷ ସାମରିକ କର୍ମଚାରୀ ମୃତୟନ କରାଯାଇଛି। ସେମାନେ କ’ଣ ଭୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ ବାଲିଗଞ୍ଜ ନିର୍ବାଚନମଣ୍ଡଳୀରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମସି ପ୍ରାର୍ଥୀ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ପାଇଁ ପ୍ରଚାର କରିଛନ୍ତି। ଏହାସହ ବିଜେପି ସରକାର ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ଏବଂ ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.