ଦାଦନ ଖଟିବାକୁ ଗଲା ବେଳେ ୧୫ ଶିଶୁ ଶ୍ରମିକ ଉଦ୍ଧାର

add-all

ମାଲକାନଗିରି : ଦାଦନ ଖଟିବାକୁ ଗଲା ବେଳେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ୧୫ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ। ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଶିଶୁ ଶ୍ରମିକ ଚାଲାଣ ହେଉଥିଲେ । ଏଥିରେ ୧୫ଜଣ ନାବାଳକ ଓ ନାବାଳିକା ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେମାନଙ୍କ ସହିତ କୌଣସି ଅବିଭାବକ ନଥିଲେ ଯେଉଁଥି ପାଇଁ ପୋଲିସ ସହାୟତା ରେ ଏମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି । ଏବେ ସମସ୍ତଙ୍କୁ ମାଲକାନଗିରି ଆଦର୍ଶ ଥାନାରେ ରଖାଯାଇଛି। ସେମାନଙ୍କୁ ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯିବ। ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଚାଇଲଡ୍ ଲାଇନ୍ କାଉନସିଲର ।

ତେବେ ଶିଶୁ ଶ୍ରମିକ ଉଚ୍ଛେଦ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ୯ଟି ବିଭାଗ ସମନ୍ୱୟରେ ଏ ରାଜ୍ୟ ଖସଡା କାର୍ଯ୍ୟକାରୀ କରାଯାଇଛି । ଏହାସହ ଶିଶୁ ଓ କିଶୋର ଶ୍ରମ ଆଇନ୍ ୧୯୮୬କୁ କଠୋର ଭାବରେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

nis-ad
Leave A Reply

Your email address will not be published.