ଭୂମିକମ୍ପରେ ଦୋହଲିଲା ଜାପାନର ହୋକାଇଡୋ ଦ୍ୱୀପ, ତୀବ୍ରତା ୬.୨

add-all

ଜାପାନ: ଜାପାନର ହୋକାଇଡୋ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ । ଭୋର ସମୟରେ ୬.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା । ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ ।

ନିକଟ ଅତୀତରେ ଜାପାନରେ କିଛି ଶକ୍ତିଶାଳୀ ଭୂକମ୍ପ ହୋଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ଯାହା ଘରର ଜିନିଷପତ୍ରକୁ ବହୁତ ସମୟ ପାଇଁ ହଲାଇ ଦେଇଥିଲା । ଭୂମିକମ୍ପ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହା ଏକ ଆଶ୍ୱସ୍ତିର କଥା ଯେ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ, ଏବଂ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ।

nis-ad
Leave A Reply

Your email address will not be published.