ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ଗଳା କାଟି ହତ୍ୟା

add-all

ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି SDPO ଓ ସାଇଣ୍ଟିଫିକ ଟିମ୍ ।

ସୂଚନା ଅନୁସାରେ, ଗାଁ ନିକଟସ୍ଥ ଏକ କେନାଲରେ ବୃଦ୍ଧଙ୍କ ମୃତଦେହ ପଡ଼ିଥିଲା । ବେକରେ କ୍ଷତ ଚିହ୍ନ ରହିଛି । ଏହାକୁ ନେଇ ସନ୍ଦେହ କରି ବୃଦ୍ଧଙ୍କ ପୁଅ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି । ଏପରିକି ପ୍ରତିଦିନ ଭଳି ସୋମବାର ମଧ୍ୟ ବୃଦ୍ଧ ଜଣଙ୍କ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ସେଠାକୁ ଯାଇ ଏପରି ଅଭାବନୀୟ ଘଟଣା ଦେଖିଥିଲେ । ଗାଁର କିଛି ଲୋକଙ୍କ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.