ଓଡ଼ିଶା ପ୍ରଦେଶ ଗଠନ ନେଇ ମଧୁବାବୁଙ୍କ ଅବଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

add-all

କେନ୍ଦୁଝର: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ । ଏହି ଅବସରକୁ ବହୁ ଆଡମ୍ବରରେ ପାଳନ କରୁଛନ୍ତି ରାଜ୍ୟ ସରକାର । ଆଜି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ସ୍ଥିତ ବାବା ସାହେବ ଆମ୍ବେଦକର ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଫକୀର ଚରଣ ନାୟକ ଉପସ୍ଥିତ ରହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ମଧୁବାବୁଙ୍କ ସହ କେନ୍ଦୁଝରର ଥିବା ଆତ୍ମିକ ଓ ଐତିହାସିକ ସମ୍ପର୍କକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ପ୍ରଜା ଆନ୍ଦୋଳନ ସମୟରେ ଜଣେ ବିଚକ୍ଷଣ ଓକିଲ ଭାବେ ନ୍ୟାୟ ପ୍ରଦାନରେ ମଧୁବାବୁଙ୍କ ଭୂମିକା ଅବିସ୍ମରଣୀୟ । ଏହି ମାଟିରେ ତାଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି।

ad-week
Leave A Reply

Your email address will not be published.