ହିଞ୍ଜିଳି : ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ

add-all

ହିଞ୍ଜିଳିକାଟୁ : ଚଳିତ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ, ଅବାଧ ତଥା ହିଂସାମୁକ୍ତ କରିବା ପ୍ରଶlସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଵେଳେ ମତଦାନକୁ ଭୟମୁକ୍ତ ଭାବେ ସାବ୍ୟସ୍ତ କରିବାକୁ ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଅହ୍ଵାନ ଦେଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣ ଙ୍କୁ ମତଦାନ କେନ୍ଦ୍ରଗୁଡ଼ିକରେ ଭୋଟ ଗ୍ରହଣ ଦିନ ଉପସ୍ଥିତ ରହିବା ଏବଂ ଶାନ୍ତି ଶୃଙ୍ଖଳାରେ ଭେଟ ଦେବା ନିମନ୍ତେ ଉତ୍ସାହିତ କରିବା ସହ ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ ଗ୍ରାମ ଗୁଡିକରେ ସଶସ୍ତ୍ର ପୋଲିସ ମଙ୍ଗଳବାର ଦିନ ଫ୍ଳାଗ ମାର୍ଚ୍ଚ କରିଛି।
ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ପୋଲିସ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ହିଞ୍ଜିଳି ଥାନା ବୁରୁପୋଡା, ପୋଡିଙ୍ଗି ଓ ଖଣ୍ଡରା ଗ୍ରାମରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । କାର୍ଯ୍ୟକ୍ରମରେ ହିଞ୍ଜିଳି ଥାନା ଏସ. ଆଇ. ରାଘବ ପ୍ରଧାନ, ଗୋପାଳକୃଷ୍ଣ ଆଗୁପାତ୍ର, ସିଦ୍ଧାର୍ଥ ଜେନା, କାମିଲିନି ନାୟକ, ଏ. ଏସ. ଆଇ. ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, ବସନ୍ତ ଉପାଧ୍ୟୟ, ସରୋଜ କୁମାର ରଣସିଂଙ୍କ ସମେତ ୧ ପ୍ଳାଟୁନ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।

ad-week
Leave A Reply

Your email address will not be published.