ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ଉପର ଖୋଲ ଦ୍ଵାରା ଆୟୋଜିତ ଭୋଲିବଲ ଟୁର୍ନାମେଣ୍ଟ ଉଦଯାପିତ…

add-all

ଟିକାବାଲି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର ଉପରଖୋଲ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ର ଉଦଯାପିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନସ୍ଥାନ ରୁ ସମୁଦାୟ 12ଟି ଟିମ ଭାଗ ନେଇଁ ଥିଲେ | ଏହି ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ରେ ପାଟାପଦର ଟିମ କୁ ହରାଇ ଦାରିଙ୍ଗବାଡି ଫାଇନାଲକୁ ଯାଇଥିଲା ଅପରପକ୍ଷରେ ଗାର୍ଡିଙ୍ଗିଆ କୁ ହରାଇ ଟିକାବାଲି ଫାଇନାଲ କୁ ଯାଇଥିଲା | ଆଜିର ଉଦଯାପନୀ ଖେଳ ରେ ଟିକାବାଲି ଓ ଦାରିଙ୍ଗବାଡି ମଧ୍ୟରେ 5 ଟି ସେଟ ର ଖେଳ ହୋଇଥିଲା ଏବଂ ଏହି ଉଦଯାପନୀ ମ୍ୟାଚରେ ଦାରିଙ୍ଗବାଡି ଟିମ 3-1ରେ ବିଜୟୀ ହୋଇଥିଲା |ବିଜୟୀ ଟିମ ଦାରିଙ୍ଗବାଡି କୁ ଟ୍ରଫି ସାଙ୍ଗରେ 8000ଅର୍ଥ ରାଶି ପୁରସ୍କୃତ କରାଯାଇ ଥିବା ବେଳେ ପରାଜିତ ଟିକାବାଲି ଟିମ କୁ ଗୋଟିଏ ଟ୍ରଫି ସହିତ 6000 ଟଙ୍କା ର ଅର୍ଥରାଶି ପୁରସ୍କୃତ କରାଯାଇଥିଲା |ଟିକାବାଲି ଟିମ ର ମୂଁନ ଙ୍କୁ ବେଷ୍ଟ ହିଟର, ବେଷ୍ଟ ପ୍ଳିଅର ଅଫ ଟୁର୍ନାମେଣ୍ଟ ଟିକାବାଲି ଟିମ ର କିରୁ ଙ୍କୁ ଓ ବେଷ୍ଟ ନେଟର ଭାବରେ ଦାରିଙ୍ଗବାଡି ର ରୂପକ ଭାଇ ଙ୍କୁ ଟ୍ରଫି ଗୁଡିକ ଦେଇ ପୁରସ୍କୃତ କରାଯାଇ ଥିଲା | ଏହି ଉଦଯାପନୀ ଉତ୍ସବ ରେ କଂଗ୍ରେସ ବରିଷ୍ଠ ନେତା ଶ୍ରୀ ପ୍ରଫୁଲ ଦାସ,ବିଜେପି ପ୍ରଭାରୀ ଶ୍ରୀ ରାମବିଶି ଦିଗାଳ, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ର ଚ୍ୟାରମ୍ୟାନ ଶ୍ରୀ ରଦନ ମଲିକ, ଟିକାବାଲି ବିଧାୟକ ପ୍ରତିନିଧି ଶ୍ରୀ ତନୁଜ ଭୋଇ, ଟିକାବାଲି 8ନମ୍ବର ଜୋନ ରେ ଜିଲ୍ଲା ପରିଷଦ ଭାବେ କଂଗ୍ରେସ ପ୍ରତିନିଧି ଶ୍ରୀମତୀ ମମତା ପ୍ରଧାନ, ସ୍ଥାନୀୟ ପୂର୍ବତନ କଟିମାହା ସରପଞ୍ଚ ଶ୍ରୀ ଦିଲ୍ଲୀପ କହଁର, ଶ୍ରୀମତୀ ଅକ୍ଷଲତା କହଁର, ବିଶିଷ୍ଟ ଖେଳ ପ୍ରେମୀ ଶ୍ରୀ ପବିତ୍ର କୁମାର ପାତ୍ର ପ୍ରମ୍ମୁଖ ଉପସ୍ଥିତ ଥିଲେ |

ad-week
Leave A Reply

Your email address will not be published.