ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ଆରଆଇଙ୍କ ବଦଳି

add-all

ଅନୁଗୁଳ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲାରେ ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରିଜର୍ଭ ଅଫିସରୁ ବଦଳିଲେ ଆରଆଇ ଗୋବିନ୍ଦ ମାହାରୀ । ଅନୁଗୁଳ ଏସପିଙ୍କ ସୁପାରିଶ ଆଧାରରେ ପୁଲିସ୍‌ ଡିଜି କଳାହାଣ୍ଡି 9th IRB କୁ ଗୋବିନ୍ଦ ମାହାରୀଙ୍କ ବଦଳି କରିଛନ୍ତି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ସେପଟେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ଙ୍କର ନ୍ୟାୟ ଦାବିରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ କରାଯାଇଥିଲା। ମହିଳା କଂଗ୍ରେସର ୨ ନେତ୍ରୀ ଏଥିରେ ସାମିଲ ଥିଲେ। ରିଜର୍ଭ ପୁଲିସ ଇନ୍ସପେକ୍ଟର ଓ ଅନ୍ୟ ଜଣେ କର୍ମଚାରୀ ମହିଳା ହାବିଲଦାର ଶ୍ରୀମତୀ ବିଶ୍ୱାଳଙ୍କୁ ଆବଶ୍ୟକ ସମୟରେ ଛୁଟି ନଦେବା ସହ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଧ୍ୟ ତଦନ୍ତ ଆଳରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଏହାର ପ୍ରତିବାଦରେ ଆଜି ଅନଶନରେ ବସିଥିଲେ।

nis-ad
Leave A Reply

Your email address will not be published.