ଜିତୁ ମୁଣ୍ଡା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

add-all

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଏହି ଘଟଣା ପାଟନା ବ୍ଲକର ଡିଆନାଲି ଗ୍ରାମର ଆଦିବାସୀ ବାସିନ୍ଦା ଜିତୁ ମୁଣ୍ଡାଙ୍କ ସହ ଜଡ଼ିତ। ଯିଏକି ଏପ୍ରିଲ ୨୭ ତାରିଖରେ ତାଙ୍କ ମୃତ ଭଉଣୀଙ୍କ କଙ୍କାଳକୁ କାନ୍ଧରେ ବୋହି  ପ୍ରାୟ ୩ କିଲୋମିଟର ମଲ୍ଲିପୋସିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ଏକ ଶାଖାକୁ ନେଇଥିଲେ। ଯାହା ଫଳରେ ତାଙ୍କୁ  ସଞ୍ଚୟ ଆକାଉଣ୍ଟରୁ ପ୍ରାୟ ୧୯,୪୦୨ ଟଙ୍କା ମିଳିପାରିବ।

ଅର୍ଥମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନବୀନ ବ୍ୟାଙ୍କର ସେବାକୁ ସମାଲୋଚନା କରିଛନ୍ତି। ଏଥିସହ ମାନବିକ ମର୍ଯ୍ୟାଦାକୁ ଅଣଦେଖା କରି “ଦାୟିତ୍ୱବୋଧତାକୁ ଲୁଚେଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ନବୀନ କହିଛନ୍ତି। ଗଣତନ୍ତ୍ରରେ ନିୟମ ନାଗରିକମାନଙ୍କୁ ଅପମାନିତ କରିବା ନୁହେଁ ବରଂ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ଏଭଳି ତ୍ରୁଟି ପାଇଁ ତୁରନ୍ତ ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.