ବକେୟା ଦରମା ନ ଦେଲେ ସପରିବାର ଧାରଣାରେ ବସିବେ ଆରଏମସି କର୍ମଚାରୀ

add-all

ରେଙ୍ଗାଲିକ୍ୟାମ୍ପ: ଦରମା ପାଇଁ ଗର୍ଜିଲେ ଆରଏମସି କର୍ମଚାରୀ।  ୫ ତାରିଖରୁ ସପରିବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଅଜବ ସ୍ଥିତି। ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍ ଚାଲିଥିବା ଦାବି କରାଯାଉଥିଲେ ହେଁ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ବିଶେଷ କରି ଅତାବିରା ନିୟନ୍ତ୍ରିତ ବଜାର କମିଟି ରେ କାର୍ଯ୍ୟରତ କର୍ମଚାରୀମାନେ ବିଗତ ତିନି ମାସ ହେବ ଦରମା ନପାଇ ଏବେ ଚିନ୍ତାରେ। “ଦରମା ଦିଅ ନଚେତ୍ ସପରିବାର ଧାରଣାରେ ବସିବୁ”। ଏହି ନାରା ଦେଇ ଆଜି କର୍ମଚାରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଗତ ୩ ମାସ ଧରି କର୍ମଚାରୀମାନେ ଦରମା ପାଇନାହାଁନ୍ତି । ଗତ ଜିଲ୍ଲାପାଳ ଙ୍କ ଜନ ଶୁଣାଣିରେ ଅଭିଯୋଗ ହୋଇଥିବା ସତ୍ତ୍ଵେ ତଥା ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ଆଜି ଯାଏ କୌଣସି ସମାଧାନ ହୋଇ ନଥିବା ବଡ ପରିତାପ ର ବିଷୟ। ତେଣୁ ‘କଲମ ଛାଡ଼’ ଆନ୍ଦୋଳନ ସହ ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିବେ ଯଦି ଆସନ୍ତା ୫ ତାରିଖ ସୁଦ୍ଧା ଦରମା ନମିଳିଲେ ପରିବାର ସହ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ପ୍ରଭାବ ମଣ୍ଡି ବ୍ୟବସ୍ଥା ଉପରେ ପଡ଼ିପାରେ। କାରଣ
ଆଉ ମାତ୍ର କିଛି ଦିନ ପରେ ରବି ଋତୁ ପାଇଁ ଧାନ କିଣାବିକା ପ୍ରକ୍ରିୟା ଆରମ୍ଭ ହେବ। ମଣ୍ଡିଗୁଡ଼ିକରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ଯଦି ଆନ୍ଦୋଳନକୁ ଓହ୍ଲାନ୍ତି, ତେବେ ଧାନ ସଂଗ୍ରହ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଚାଷୀମାନେ ନିଜର କଷ୍ଟଅର୍ଜିତ ଫସଲ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ, କର୍ମଚାରୀଙ୍କ ଏହି ଅସନ୍ତୋଷ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ad-week
Leave A Reply

Your email address will not be published.