ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ଧୁମ ପିଟିଲେ ଲୋକେ

add-all

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଳିଆ ଗ୍ରାମର ଜନୈକା ବିବାହିତା ମହିଳାଙ୍କୁ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ହଇରାଣ କରୁଥିବା ଅଭିଯୋଗରେ ସମ୍ପୃକ୍ତ ଗୁଣିଆକୁ  ଅଟକ ରଖି ନିର୍ଧୁମ ପିଟିଲେ ଲୋକେ ।  ସୂଚନା ଅନୁଯାୟୀ, ସିଂଲା ଥାନା କଇନଗରୀ ପଞ୍ଚାୟତ ଅନ୍ତର୍ଗତ ଡୁବୁଳିଆ ଗ୍ରାମର କାର୍ତ୍ତିକ ଦାସଙ୍କ ସ୍ତ୍ରୀଙ୍କୁ କାଦରାୟାଂ ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଶାବର ତୁଲ୍ଲା ନାମକ ବୃଦ୍ଧ ଦୀର୍ଘ ବର୍ଷ ଧରି ଗୁଣି ଗାରେଡି କରି ବିଭିନ୍ନ ପ୍ରକାର ଚେର ମୂଳି ଔଷଧ ଦେଇ ଟଙ୍କା ନେଉ ଥିଲେ ।  ଏହା ସହ ବିଭିନ୍ନ ସମୟରେ ଝଡା ଫୂଙ୍କା କରିବା ସହ ରୋଗ ଭଲ କରି ଦେବାର ମିଥ୍ଯା ପ୍ରତିଶୃତି ଦେଇ ଆସୁଥିଲେ ।  ଅନ୍ଯପଟେ ଚେର ମୂଳି ଔଷଧ ଖାଇବା ଫଳରେ କାର୍ତ୍ତିକଙ୍କ ସ୍ତ୍ରୀ  ଧୀରେ ଧୀରେ ଅସୁସ୍ଥ ହବା ସହ ମାନସିକ ଭାରସାମ୍ଯ ହରାଇ ବସିଥିଲେ । ଆଜି ପୂଣି ଉକ୍ତ ଗୁଣିଆ ଜଣକ ଗ୍ରାମକୁ ଆସି ଝଡା ଫୁଙ୍କା କରୁଥିବା ବେଳେ ଗ୍ରାମବାସୀ ଉକ୍ତ ଗୁଣିଆକୁ କାବୁ କରି ଉତ୍ତମ ମଧ୍ଯମ ଦେଇଥିଲେ ।

ad-week
Leave A Reply

Your email address will not be published.