ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

add-all

ବାସୁଦେବପୁର : ପ୍ରେମ ବ୍ୟାପାରକୁ ନେଇ ବାପଘର ଆଗରେ ବିବାହିତା ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ ଜିଲା ଚିକିତ୍ସାଳୟକକୁ ସ୍ଥାନାନ୍ତର କରାଯାଇଛି ତାଙ୍କୁ। ଗୁରୁତର ଆହତ ମହିଳା ବାସୁଦେବାପୁର ଥାନା ପଢୁଆଁ ଗ୍ରାମର ପ୍ରତିମା ସାହୁ ବୋଲି ଜଣାପଡ଼ିଛି।

ପ୍ରତିମା କିଛି ବର୍ଷ ତଳେ ସୋର ଥାନା ତୁଡ଼ିଗଡ଼ିଆ ଅଞ୍ଚଳରେ ବିବାହ କରିଥିଲେ। କୌଣସି କାରଣ ପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଉଭୟ ଅଲଗା ରହୁଥିଲେ। ଏହି ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ବାପା ଘରକୁ ଆସିବା ପରେ ଗାଁର ଆଉ ଜଣେ ଯୁବକଙ୍କୁ ପ୍ରତିମା ପ୍ରେମ କରୁଥିଲେ ବୋଲି ଜଣାପଡ଼ିଛି। ସେହି ଯୁବକଙ୍କ ସହ ମହିଳା ଜଣକ ରହୁଥିଲେ। ଆଜି କୌଣସି ଘଟଣାକୁ ନେଇ ବାପଘରକୁ ଆସି ବାପାଙ୍କ ଆଗରେ କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୬୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଛନ୍ତି।
ଅନ୍ୟପଟେ ଯେଉଁ ପୁଅ ସହ ମହିଳା ଜଣକ ରହୁଥିଲେ, ସେ ଏଭଳି କରିବା ପାଇଁ ଉସୁକାଇଥିବା ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ad-week
Leave A Reply

Your email address will not be published.