

ଜିଲ୍ଲା ବାହାର କୁ ହେଉଛି ଚୋରା ଚାଲାଣ…..! ପ୍ରଶାସନ ନୀରବ ଦ୍ରଷ୍ଟା…
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହୋଇ ବାହାର ଜିଲ୍ଲା କୁ ଚାଲାଣ ହେଉଛି। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ପାଇଁ ଗୁଡ ଶିରାରେ ରାଜା ପିଢ଼ିଆ,ୟୁରିଆ, ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରାଯାଉଥିବା କୁ ଚର୍ଚ୍ଚା ହେଉଛି। ଗତ ଏକ ସପ୍ତାହ ତଳେ ଆସିକା ପୋଲିସ ପକ୍ଷରୁ ହଜାର ହଜାର ଲିଟର ପୋଚ ନଷ୍ଟ କରିବା ସହ ମଦ ଜବତ କରାଯାଇ ଥିଲା। ଗତ ଡିସେମ୍ବର ମାସରେ ଭୁବନେଶ୍ୱର ସ୍ଥିତ ପିତାପଲ୍ଲୀ ନିକଟରେ ଆସିକା ଅଞ୍ଚଳରୁ ବିପୁଳ ପରିମାଣର ଚୋରାରେ ଦେଶୀ ମଦ ପାଉଚ ଚାଲାଣ ବେଳେ ମଦ ଜବତ ସାଙ୍ଗକୁ ଚାରି ଜଣକୁ ଗିରଫ କରାଯାଇଥିଲା। ଆସିକା ଅଞ୍ଚଳରୁ ରୀତିମତ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳକୁ ନାମୀ ଦାମୀ ଗାଡ଼ିରେ ଅତି ଚତୁରତା ସହ ଦେଶୀ ମଦ ଚାଲାଣ ହେଉଛି। ଅପମିଶ୍ରଣ ମଦ ପ୍ରସ୍ତୁତ ଯୋଗୁଁ ଆଗାମୀ ଦିନରେ ଆସିକା ଅଞ୍ଚଳ ରେ ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଆସିକା ଅଞ୍ଚଳ ରେ ବେଆଇନ ଭାବେ ପ୍ରସ୍ତୁତ ଦେଶୀ ମଦ ପୋଚକୁ କେମିକାଲ ଟେଷ୍ଟିଙ୍ଗ କଲେ ବିଷାକ୍ତ ପୋଚ କିପରି ତିଆରି ହେଉଛି, ତାହାର ଗୁମର ଖୋଲିବ। ବେଆଇନ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ପଛରେ କେଉଁ ଅଦୃଶ୍ୟ ଶକ୍ତି ଆଗରେ ପ୍ରଶାସନ ଚୁପଚାପ ଦେଖୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ଅବକାରୀ ବିଭାଗ ର ଆଶ୍ରିବାଦ ଏବଂ ମିଲିଭଗତ ରେ ମାଫିଆ ମାନେ କୁଆଡେ ମାଲେ ମାଲ ବୋଲି ଚର୍ଚ୍ଚା ହେଉଛି l କେବଳ ଆସିକା ନୁହଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ଅପ ମିଶ୍ରଣ ମଦ ତିଆରି ର ହବ ପାଲଟିଛି କହିଲେ କିଛିବି ଭୁଲ ହେବ ନାହିଁ l ମୁଖ୍ୟତଃ ଆସିକା, ଚିକିଟି, କୋଦଳା, ବେଗୁନିଆପଡା, ପୁରୁଷୋତ୍ତମପୁର, ଭଞ୍ଜନଗର ଅଞ୍ଚଳ ରେ ବ୍ୟାପକ ଭାବରେ ଅପ ମିଶ୍ରଣ ମଦ ପ୍ରସ୍ତୁତ ହେଉଛି l ସିଂଘ ଧରୁଛି ପୋଲିସ ଆଉ ଅବକାରୀ ବିଭାଗ କ୍ଷୀର ପିଉଛି ଏବଂ ଖୋଲାରେ ଖାଇ ମେଲାରେ ଶୋଉଛି ବୋଲି ଚର୍ଚ୍ଚା ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି l ଅନ୍ୟ ଜିଲ୍ଲା ରୁ ଗଞ୍ଜାମ ଜିଲ୍ଲା କୁ ଆସିବାକୁ ବାବୁ ମାନଙ୍କ ପ୍ରବଳ ଆଗ୍ରହ ତାହା ନଜିର ଵି ରହିଛି l ତେଣୁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି ନଚେତ ଏକ ପ୍ରଳୟ କାରୀ ବିଷାକ୍ତ ମଦ ମୃତ୍ୟୁ ର ଭିବିଶିକା ଦେଖିବାକୁ ବିଳମ୍ବ ହେବ ନାହିଁ l ଏବଂ ଇଡି, ଭିଜିଲାନ୍ସ ବିଭାଗ ଯତ୍ନବାନ ହୋଇ ଅବାକରୀ ବାବୁ ଏବଂ ମଦ ମାଫିଆ ମାନଙ୍କ ଉପରେ ନଜର ରଖି ଚଢ଼ାଉ କଲେ ଅନେକ ମୁଖା ଖୋଲି ଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l
