ଆସନ୍ତା ୮ରୁ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ

add-all

କଟକ: ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ (ରେଗୁଲାର, ଏକ୍ସ-ରେଗୁଲାର, ପତ୍ର ମାଧ୍ୟମ ରେଗୁଲାର ଓ ଏକ୍ସ-ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ । ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ଏପଟେ ମାଟ୍ରିକ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ରହିଛି। ସେମାନେ ଚାହିଁଲେ ରିଚେକିଂ ପାଇଁ ଆବେଦନ କରି ପାରିବେ। ଏଥିପାଇଁ ୧୧ ତାରିଖରୁ ଆବେଦନ କରିହେବ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ ଜରିଆରେ ଛାତ୍ର ଛାତ୍ରୀ ମାନେ ଅନ ଲାଇନ ଜରିଆରେ ଆବେଦନ କରି ପାରିବେ। ଯାହା ଲାଗି ନିର୍ଦ୍ଧିଷ୍ଟ ଦେୟ ଦେବାକୁ ହେବ। ମେ ମାସ ୨୨ ତାରିଖ ଯାଏଁ ଏହି ଆବେଦନ କରିହେବ ।

ସୂଚନାଥାଉକି, ସୂଚନାଯୋଗ୍ୟ ଯେ ଗତ ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି। ଏ ୧ ଗ୍ରେଡରେ ୨୪୫୬ ଜଣ ପାସ କରିଛନ୍ତି। ଏ ୨ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। ବି ୧ରେ ପାସ କରିଛନ୍ତି ୪୩ ହଜାର ୫୬୫। ବି୨ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି। ସି ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର ୮୧୩ ଜଣ। ଡି ଗ୍ରେଡରେ ୧,୪୬,୧୫୨ ଜଣ ପାସ କରିଛନ୍ତି। ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ଉର୍ତ୍ତଣ୍ଣ ହୋଇଛନ୍ତି।

ad-week
Leave A Reply

Your email address will not be published.