ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମକୁ ଫେରିଲା ୭୭.୨ ଏକର ସଂପତ୍ତି

add-all

ପିପିଲି : ପିପିଲି ତହସିଲ ଅଞ୍ଚଳରେ ଥିବା ୭୭.୨ ଏକର ଜଗନ୍ନାଥ ସଂପତ୍ତି ଏବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମକୁ ଫେରିଛି। ପୂର୍ବରୁ ଏହି ସଂପତ୍ତି ବିଭିନ୍ନ ବ୍ୟକ୍ତିଙ୍କ ମାର୍ଫତଦାରରେ ରହିଥିଲା। ଏବେ ପିପିଲି ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଏହାକୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରାଯାଇଛି।

ପିପିଲି ତହସିଲ ଅନ୍ତର୍ଗତ ଅଠରଭାଗ, ଅର୍ଜୁନସିଂହପୁର, ଅଲାରପୁର, ଆବଲପୁର, ଆଳିସ, ଓରକଳ, କଣ୍ଟି କୋଠବାଡ, କମଳାସାଗରପାଟଣା, କମାକନ୍ତିଆ, କାକୁଡିଆ, କାକୁଡିକୁଶାଙ୍ଗ, କୁଞ୍ଜର, କୋଠସାହି, ଗଙ୍ଗାପଡା, ଗାଁପଡା, ଗୋବର୍ଦ୍ଧନପୁର ସୁଲତାନନଗର, ଚନ୍ଦ୍ରାଦେଇପୁର ମାଟିଆସାହି, ଚନ୍ଦ୍ରାଦେଇପୁର, ଜଗନ୍ନାଥପୁର, ଜମାଲପୁର, ଜୟପୁରକିଲ୍ଲା, ଠଣଠଣା, ତେଇସିପୁର ସୁଲତାନନଗର, ଦକ୍ଷିଣ ନୂଆଗାଁ, ଦକ୍ଷିଣସାହି, ଦାନମୁକୁନ୍ଦପୁର, ଦୁମୁକିପୁର, ଦୁର୍ଗାଦାସପୁର, ନହଙ୍ଗା, ନାଲିହଣା, ନୂଆଶାସନ, ପାଣିଦୋଳ, ପୁରୋହିତପୁର, ପୋଟଳ, ବନ୍ତଳସିଂହ, ବରୁଣ୍ଡେଇ, ବାସୁପୁର, ବିନାୟକପୁର, ବିନ୍ଧା, ବିଲିପଡା, ବେଣାବିଲ, ଭୋଗପାଟଳି, ମଗଲପୁର, ମାଟିଆପଡା-୨, ମାଣଚିନା, ମାଳିକପାଳି, ମୁର୍ଦ୍ଧନୀପୁର, ଯଶୁଆପୁର, ଯୋପନ, ରଥପୁରୁଷୋତ୍ତମପୁର, ରାଜତେଇ, ଲକ୍ଷ୍ମୀନାରାୟଣପୁର, ବାଉପଡା, ଶ୍ରୀକଣ୍ଠପୁର, ସରସ୍ୱତୀପୁର, ସିଂହାରପୁର, ସୁଆବରେଇ, ସୁହାଗପୁର, ସୋଲଣା, ସୋଲନାଚକ ଆଦି ମୌଜାରେ ଥିବା ମୋଟ୍‍ ୧୩୪ ଟି ପ୍ଲଟ୍‍ର ୭୭.୨ ଏକର ସଂପତ୍ତିକୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ, ମାର୍ଫତ ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ ସଂଶୋଧନ କରାଯାଇଥିବା ସଂପର୍କରେ ପିପିଲି ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ସଂପର୍କରେ ପିପିଲି ତହସିଲ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.