ଶଳାକୁ ଅପହରଣ ଅଭିଯୋଗରେ ଭିଣୋଇ ସହ ୪ ଗିରଫ

add-all

ଜଗତସିଂହପୁର : ଶଳାକୁ ଅପହରଣ, ଭିଣୋଇ ଗିରଫ ।  ଜଗତସିଂହପୁର ଜିଲ୍ଲା ନାଉଗାଁରେ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଶଳାକୁ ଅପହରଣ କରିଥିଲା ସ୍ୱାମୀ ଓ ସହଯୋଗୀ  ।  ଶଳା ମାଧ୍ୟମରେ ସ୍ତ୍ରୀକୁ ଡକାଇ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ ।  ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପାଳ ପୋଖରୀ ଗାଁର ସମୀର ମୁଦୁଲି ଓ ତାଙ୍କ ସ୍ତ୍ରୀ ମୋନାଲିସାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ସମୀର ତାଙ୍କ ସ୍ତ୍ରୀଙ୍କୁ ପୂର୍ବରୁ ହତ୍ୟା ଉଦ୍ୟମ ମଧ୍ୟ କରିଥିଲେ।

ପରେ ମୋନାଲିସା ସ୍ୱାମୀଙ୍କୁ ଛାଡି ନିଜ ଅପା ଘରେ ରହି ଆସୁଥିଲେ। ଗତକାଲି ସକାଳେ ମୋନାଲିସାଙ୍କ ଭାଇ ସୌମ୍ୟକାନ୍ତ ମୁଦୁଲି ଭୁବନେଶ୍ୱରର ଘରୋଇ ଅନୁଷ୍ଠାନକୁ କାମ କରିବାକୁ ଯାଉଥିବା ବେଳେ ବିଡିଏ ସାଇ ମନ୍ଦିର ନିକଟରୁ ଅଭିଯୁକ୍ତ ସୌମ୍ୟକାନ୍ତର ଭିଣୋଇ ସମୀର ମୁଦୁଲି ଓ ତାର ସହଯୋଗୀ ଆଲୋକ ନାୟକ, ସତ୍ୟବ୍ରତ ଦାସ ଏବଂ ସୂର୍ଯ୍ୟକାନ୍ତ ସେନାପତି ଆଦି ୪ଜଣ ମିଶି ସୌମ୍ୟକାନ୍ତ ଙ୍କୁ ଅପହରଣ କରିନଇ ଥିଲେ।

ପରେ ସୌମ୍ୟକାନ୍ତଙ୍କୁ ପାଳ ପୋଖରୀ ଅଂଚଳର ଏକ ଘରେ ରଖିଥିଲେ। ଅଭିଯୁକ୍ତ ସମୀର ନିଜର ସ୍ତ୍ରୀ ତଥା ଅପହୃତ ସୌମ୍ୟକାନ୍ତର ଭଉଣୀ ମୋନାଲିସାଙ୍କୁ ସେଠାକୁ ଆସିବା ପାଇଁ ବାଧ୍ୟ କରିଥିଲେ ।  ଯଦି ଭଉଣୀ ନଆସିବ ତେବେ ସୌମ୍ୟକାନ୍ତଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ ଭିଣୋଇ ।  ମୋନାଲିସା ଏହି ଅପହରଣ ସମ୍ପର୍କରେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପହୃତ ସୌମ୍ୟକାନ୍ତ କୁ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତ ଭିଣୋଇ ସମୀର ସମେତ ୪ଜଣଙ୍କୁ ଗିରଫ କରିଛି ପୋଲିସ ।

ad-week
Leave A Reply

Your email address will not be published.