ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ସଫା ହେଲା ଆତଙ୍କବାଦୀ : ସାମରିକ କାର୍ଯ୍ୟାନୁଷ୍ଠାନ ଜାରି…

add-all

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ନଦୀଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି। ଜମ୍ମୁ କାଶ୍ମୀର ପୋଲିସର ସୂତ୍ର ଅନୁଯାୟୀ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

ସୁରକ୍ଷା ବାହିନୀ ଦ୍ୱାରା ହତ୍ୟା କରାଯାଇଥିବା ଆତଙ୍କବାଦୀର ପରିଚୟ ସମ୍ପର୍କରେ ପୋଲିସକୌଣସି ସୂଚନା ସେୟାର କରିନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜମ୍ମୁ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନମାନେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ad-week
Leave A Reply

Your email address will not be published.