ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ…

add-all

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସମ୍ପର୍କରେ ଆଜି ରାଜ୍ୟ ନିର୍ବାଚନ କମିଶନର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ୫୯ ଟି ଏନଏସି, ୪୮ ଟି ମ୍ୟୁନିସିପାଲିଟି ଓ ୩ ମହାନଗର ପାଇଁ ଭୋଟର ତାଲିକା ପାଇଁ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ଅନୁଯାୟୀ, ଫେବୃୟାରୀ ୧୦ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏଥିରେ ଦାବି ଏବଂ ଆପତ୍ତି ଅଭିଯୋଗ ପାଇଁ ଲୋକଙ୍କୁ ୬ ଦିନ ସମୟ ଦିଆଯିବ। ତେଣୁ ଫେବୃୟାରୀ ୧୧ ତାରିଖରୁ ୧୬ ତାରିଖ ଯାଏଁ ଭୋଟରମାନେ ଦାବି ଏବଂ ଆପତ୍ତି ଅଭିଯୋଗ ଦାଖଲ କରିପାରିବେ। ଫେବୃୟାରୀ ୨୪ ତାରିଖରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଫେବୃୟାରୀ ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ତାଲିକା ପ୍ରଦାନ କରାଯିବ। ଫେବୃୟାରୀ ୨୮ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ।

ad-week
Leave A Reply

Your email address will not be published.