ନିଆରା ବିବାହ, କଏଦୀଙ୍କୁ ବାହା ହେଲେ ଜେଲର

add-all

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଥିବା ଜଣେ କଏଦୀଙ୍କୁ ଉକ୍ତ ଜେଲ୍‌ ଦାୟିତ୍ବରେ ଥିବା ଜଣେ ମହିଳା ଜେଲର ବିବାହ କରିଥିବା ଘଟଣା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଜଣେ କାଉନସିଲରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଧର୍ମେନ୍ଦ୍ର ସିଂହ ନାମକ ବ୍ୟକ୍ତି ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିଲେ। ତାଙ୍କୁ ମଧ୍ୟପ୍ରଦେଶର ସତନା ଜେଲରେ ରଖାଯାଇଥିଲା। ସେହି ସମୟରେ ଫିରୋଜା ଖାତୁନ ନାମ୍ନୀ ମହିଳା ଉକ୍ତ ଜେଲ୍‌ରେ ସହକାରୀ ସୁପରିନଟେଣ୍ଡେଣ୍ଟ ଭାବେ ଅବସ୍ଥାପିତ ଥିଲେ। ଧର୍ମେନ୍ଦ୍ରଙ୍କୁ ୱାରେଣ୍ଟ ଇନ୍‌ଚାର୍ଜ ଦାୟିତ୍ବ ଦିଆଯାଇଥିଲା। ତେଣୁ ୱାରେଣ୍ଟ ସମ୍ପର୍କିତ କାର୍ଯ୍ୟରେ ଧର୍ମେନ୍ଦ୍ର ଜେଲ୍‌ ଅଧିକାରୀ ଫିରୋଜାଙ୍କୁ ସହାୟତା କରୁଥିଲେ। ପ୍ରଥମେ ସେମାନଙ୍କ ମଧ୍ୟରେ ପେସାଦାର ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ବନ୍ଧୁତା ଏବଂ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୧୪ ବର୍ଷ ଦଣ୍ଡାଦେଶ ଭୋଗିବା ପରେ ୨୦୨୧ରେ ଧର୍ମେନ୍ଦ୍ରଙ୍କୁ ଉତ୍ତମ ଆଚରଣ ଯୋଗୁଁ ଜେଲରୁ ଖଲାସ କରାଯାଇଥିଲା। ଧର୍ମେନ୍ଦ୍ର ମୁକୁଳିବା ପରେ ବିବାହ ପାଇଁ ସେମାନେ ରାଜି ହୋଇଥିଲେ। ତଦନୁଯାୟୀ ଚଳିତମାସ ୫ରେ ମଧ୍ୟପ୍ରଦେଶର ଛତରପୁର ଜିଲାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଧର୍ମେନ୍ଦ୍ର ହିନ୍ଦୁ ହୋଇଥିବାରୁ ଫିରୋଜାଙ୍କ ପରିବାର ବିବାହରେ ଅସମ୍ମତି ପ୍ରକାଶ କରିବା ସହ ଉତ୍ସବକୁ ବର୍ଜନ କରିଥିଲେ। ଫଳରେ ବିଶ୍ବ ହିନ୍ଦୁ ପରିଷଦର ଜିଲା ଉପସଭାପତି ରାଜବାହଦୂର ମିଶ୍ର ଓ ତାଙ୍କ ପତ୍ନୀ ବିବାହ କାର୍ଯ୍ୟ ପରିଚାଳନା କରିଥିବାବେ​‌େ​‌ଳ ରାଜବାହାଦୂର କନ୍ୟାଦାନ କରିଛନ୍ତି। ଉତ୍ସବରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.