ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ

add-all

ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ। ସେ ରହୁଥିବା ବ୍ରହ୍ମପୁତ୍ର ହଲର A ବ୍ଲକର ଷଷ୍ଠ ମହଲା ବାଲକୋନୀରୁ ତଳେ ପଡି ଅଚେତ୍ ହୋଇ ପଡ଼ିଥିଲେ।

ତାଙ୍କୁ ପ୍ରଥମେ କ୍ୟାମ୍ପସରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଡ଼ାକ୍ତର ସେଠାରେ ତାଙ୍କ ମୃତ ଘୋଷଣା କରିଥିବା ପୋଲିସ କହିଛି। ତେବେ ପୋଲିସ ଏନେଇ ନିଶାନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେବାସହ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.