ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ ସରକାର

add-all

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ବିଧାୟକଙ୍କୁ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦଳକୁ ମଜବୁତ କରିଛନ୍ତି ଯୋଗୀ।

ମନ୍ତ୍ରୀ ଭାବରେ ଶପଥ ନେଇଥିବା ବିଧାୟକଙ୍କ ମଧ୍ୟରେ ଉତ୍ତର ପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟ ଭୂପେନ୍ଦ୍ର ସିଂହ ଚୌଧୁରୀ ଏବଂ ବିଜେପି ନେତା ମନୋଜ କୁମାର ପାଣ୍ଡେ ମଧ୍ୟ ସାମିଲ ହୋଇଛନ୍ତି। ମନୋଜ ପାଣ୍ଡେ ସମାଜବାଦୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେହିପରି କୃଷ୍ଣ ପାସୱାନ,ସୁରେନ୍ଦ୍ର ଦିଲର, ହଂସରାଜ ବିଶ୍ୱକର୍ମା, କୈଳାସ ସିଂହ ରାଜପୁତ, ଅଜିତ ସିଂହ ପାଲ ଏବଂ ସୋମେନ୍ଦ୍ର ତୋମାରଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଛି। ରାଜ୍ୟପାଳ ଆନନ୍ଦୀବେନ ପଟେଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ad-week
Leave A Reply

Your email address will not be published.