୧୨ରେ ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା

add-all

ଆସାମ: ଆଗାମୀ ମେ ୧୨ରେ ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା। ନୂତନ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହିମନ୍ତ।
ଆସାମ ବିଧାନସଭା ନିର୍ବାଚନରେ ଏନଡିଏ ​​ମେଣ୍ଟର ବିପୁଳ ବିଜୟ ପରେ ଲଗାତାର ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହିମାନ୍ତ ବିଶ୍ୱ ଶର୍ମା। ୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ନେତୃତ୍ୱାଧୀନ ଏନଡିଏ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ବିଜେପି ୮୨ଟି ଆସନ ସହିତ ପ୍ରଭାବଶାଳୀ ଶକ୍ତି ଭାବରେ ଉଭା ହୋଇଛି। ଏହାର ସହଯୋଗୀ ଦଳ ଆସାମ ଗଣ ପରିଷଦ (ଏଜିପି) ଏବଂ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ୧୦ଟି ଲେଖାଏଁ ଆସନ ଜିତି ଏନଡିଏର ମୋଟ ଆସନ ୧୦୨ରେ ପହଞ୍ଚିଛି।

କେନ୍ଦ୍ର ମନ୍ତ୍ରୀ ତଥା ଆସାମ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେପି ନଡ୍ଡା କହିଛନ୍ତି ଯେ ବିଜେପିର ଆଠ ଜଣ ବିଧାୟକ, ବିଧାୟକ ଦଳ ନେତା ଭାବରେ ହିମନ୍ତଙ୍କ ନାମ ପ୍ରସ୍ତାବ ଦେଇଥିଲେ। ପରେ ପୂର୍ବାହ୍ନ ୧୧:୧୫ରେ ହିମନ୍ତ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ରାଜ୍ୟରେ ଲଗାତାର ତୃତୀୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ad-week
Leave A Reply

Your email address will not be published.