କଂଗ୍ରେସର ତାରକା ପ୍ରଚାରକମାନଙ୍କ ମଧ୍ୟରେ ବାଦ ପଡିଲେ ନବଜୋତ ସିଂ ସିଦ୍ଧୁ…

add-all

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ପ୍ରଚାର ପାଇଁ କଂଗ୍ରେସ ଦଳ ତାର ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ତେବେ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇନାହିଁ।

ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନାମ ଦଳ ଘୋଷଣା କରିଛି। ଏମାନଙ୍କ ବ୍ୟତୀତ ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ହରିଶ ରାୱତ ଏବଂ ଗୁଲାମ ନବୀ ଆଜାଦଙ୍କ ଭଳି ନେତାଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଛି।

ad-week
Leave A Reply

Your email address will not be published.