ଉତ୍ତରପ୍ରଦେଶରେ କାଳବୈଶାଖୀର ମହାତାଣ୍ଡବ ; ୧୦୦ରୁ ଅଧିକ ମୃତ

add-all

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦେଖାଯାଇଛି କାଳବୈଶାଖୀର ମହାତାଣ୍ଡବ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାସହ ସରକାରଙ୍କ ପକ୍ଷରୁ ତୁରନ୍ତ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ତାଣ୍ଡବର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲିଛି। ଯାହାକୁ ଦେଖିଲେ ଭୟ ମଧ୍ୟ ଲାଗୁଛି। କାରଣ ଏଥିରେ ବଡ ବଡ ଗଛ ଭାଙ୍ଗିବା ସହ ମଣିଷକୁ ମଧ୍ୟ ପବନ ଅନେକ ଉଚ୍ଚ ସ୍ଥାନକୁ ଉଡାଇ ନେଇ ଫୋପାଡି ଦେଉଥିବା ଦେଖାଯାଇଛି।

ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଉତ୍ତର ପ୍ରଦେଶରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ଅନେକଙ୍କ ମୃତ୍ୟୁ ଘଟିଛି। ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ଏବଂ ମାଟି ଘରଗୁଡ଼ିକ ଭୁଶୁଡି ପଡ଼ିଛି। ଗତକାଲି ଉତ୍ତର ପ୍ରଦେଶରେ ଘର କାନ୍ଥ ଭୁଶୁଡ଼ି ପଡ଼ିବାର ଅନେକ ଘଟଣା ଘଟିଛି, ଯାହା ଫଳରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ଝଡ଼ ଯୋଗୁଁଁ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ୧୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବଜ୍ରପାତ ଯୋଗୁଁଁ ଅନେକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ କରାଯାଇଛି।

ad-week
Leave A Reply

Your email address will not be published.