ଭାରଉତ୍ତୋଳନ ପ୍ରଶିକ୍ଷଣ ପାଇଁ ଆସିକାରୁ ଦୁଇ ଖେଳାଳୀ ମନୋନୀତ

Independence

ଆସିକା : ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ରୁ ଭାର ଉତ୍ତୋଳନ ପ୍ରଶିକ୍ଷଣ ସକାଶେ ଦୁଇ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି।ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରାଳୟ ଓ ଏଚ.ପି.ସି ମିଳିତ ଆନୁକୂଲ୍ୟରେ ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିରରେ ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭାର ଉତ୍ତୋଳନ ପ୍ରଶିକ୍ଷକ ବାବୁ ଗୌଡ଼ ଙ୍କ ପ୍ରତେକ୍ଷ୍ୟ ପ୍ରଶିକ୍ଷଣରେ ଆଠ ଜଣ ଭାର ଉତ୍ତୋଳନ ଖେଳାଳୀ ଙ୍କୁ ଶାରୀରିକ ପରୀକ୍ଷା ସକାଶେ ଚୟନ କରାଯାଇଥିଲା। ଏହି ପରିପେକ୍ଷୀରେ ଚଳିତ ମାସରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଏହି ଖେଳାଳି ମାନଙ୍କ ଶାରୀରିକ ପରୀକ୍ଷା ପରେ ଆସିକା ରାମକୃଷ୍ଣ ଆଦର୍ଶ ବିଦ୍ୟାମନ୍ଦିର ଷଷ୍ଠ ଶ୍ରେଣୀର ଛାତ୍ର ଅଂଶୁମାନ ହୋତା ଓ ଖାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁ ପ୍ରସାଦ ଭଞ୍ଜ ମନୋନୀତ ହୋଇଛନ୍ତି। ଏହି ଦୁଇ ଖେଳାଳି ବ୍ରହ୍ମପୁର ଷ୍ଟାଡିୟମ ଭାର ଉତ୍ତୋଳନ ପ୍ରଶିକ୍ଷଣ ଶିବିରରେ ରହି ପ୍ରଶିକ୍ଷଣ ନେବେ। ଆସିକା ବିଜୁପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ସ୍ଥାପିତ ହେବା ପରଠାରୁ ପ୍ରଥମ ଥର ପାଇଁ ଭାର ଉତ୍ତୋଳନ ସକାଶେ ଏହି ଦୁଇ ଖେଳାଳି ମନୋନୀତ ହୋଇଛନ୍ତି ଏହି ଦୁଇ ଖେଳାଳିଙ୍କ ମନୋନୀତ ହେବା ଖବର ପ୍ରଚାରିତ ହେବା ପରେ କ୍ରୀଡ଼ାବିତ ଦିଲ୍ଲୀପ କୁମାର ପାଣିଗ୍ରାହୀ,ଏମ. ତାରିଣୀ ସେନାପତି,ପ୍ରଶାନ୍ତ କୁମାର ମୁନି,ଅନିଲ କୁମାର ପାଣିଗ୍ରାହୀ, କମଳେନ୍ଦୁ ହୋତାଙ୍କ, ଚନ୍ଦନ କୁମାର ବେହେରା, ସାଗର ସାବତ ସମେତ ବହୁ କ୍ରୀଡ଼ାବିତଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.