
କୋରାପୁଟ /କୋଟପାଡ଼ (ବସନ୍ତ ପେଗଡ଼ ) : ବିରୋଧି ଦଳନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଆଜି କୋଟପାଡ଼ ବ୍ଲକ ସଦରରେ ବ୍ଲକ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତାପାର୍ଟି ସରକାରରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି,ସଂସଦ ଏବଂ ବିଧାନସଭାରେ ମହିଳା ସଂରକ୍ଷଣକୁ ଲାଗୁ କରା ନ ଯାଇ ଦୀର୍ଘ ଦିନରୁ ଗଡ଼ାଇ ଗଢ଼ାଇ ଚାଲିଛି l ଏହାକୁ ପ୍ରତିବାଦ କରି ବିଜେଡି ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଥିଲା l ଏହି ରାଲିରେ ପନ୍ଦର ଶହରୁ ଉର୍ଦ୍ଧ ମହିଳା ସାମିଲ ହୋଇଥିଲେ ତତ ସହିତ ଅନେକ ଜିଲ୍ଲା ସ୍ତରୀୟ ନେତୃତ୍ବ, ଜ଼ିଲ୍ଲା ବିଜେଡି ମହିଳା ସଭାପତି,ପାର୍ବତି ମସ୍ତି, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ରୋଘୁରାମ ପାଡାଲ , ପୂର୍ବତନ ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ, କୋଟପାଡ଼ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀଙ୍କ ସମେତ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା,ପ୍ରଶାନ୍ତ ମହାନ୍ତି,ବିରେନ ବିଶୋଇ,ଅଜିତ ପଟନାୟକ,ଏମ. ଡି. ସଲିମ, ଶିବ ପଟନାୟକଙ୍କ ବ୍ୟତୀତ ସ୍ଥାନୀୟ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ l
