ଏସି କମ୍ପ୍ରେସର ଫାଟି, ଦୁଇ ଗୁରୁତର

add-all

ଭୁବନେଶ୍ବର: ଫାଟିଲା ଏସି କମ୍ପ୍ରେସର, ଦୁଇ ଗୁରୁତର। ଭୁବନେଶ୍ଵର ମୈତ୍ରୀବିହାର ଥାନା ଅଞ୍ଚଳରେ ବଡଧରଣର ଅଘଟଣ ଘଟିଛି। ଲୁମ୍ବିନୀ ବିହାରରେ ଥିବା ଏଲିନା ହବ୍ ଏବଂ ସ୍ଵପ୍ନା ହୋଟେଲର ୫ ମହଲା ଉପରେ ଜଣେ ମେକାନିକ ଏସି କମ୍ପ୍ରେସର ସଜାଡୁଥିବାବେଳେ ହଠାତ୍ ଫାଟିଯାଇଥିଲା। ଫଳରେ ମେକାନିକ୍ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ହୋଟେଲର ଜଣେ କର୍ମଚାରୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି।  ଦୁଇ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ଟିମ୍ ଓ ମୈତ୍ରୀବିହାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। 

ad-week
Leave A Reply

Your email address will not be published.