ରାଜସୁନାଖଳାର ପେଟ୍ରୋଲ ପମ୍ପରେ ତେଲ ସଙ୍କଟ, ଚାଳକଙ୍କ ଲମ୍ବିଛି ଲମ୍ବା ଧାଡ଼ି…

add-all

ନୟାଗଡ଼:(ନିସର୍ତ୍ତ): ମଧ୍ୟପ୍ରାଚ୍ୟ ଯୁଦ୍ଧର ପରିଣାମ ସ୍ୱରୂପ ଏବେ ସାରା ଦେଶ ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଇ ଗତି କରୁଛି । କିଛି ଦିନ ତଳେ ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଆହ୍ୱାନ ଦେଇଥିଲେ । ଏହାରି ଭିତରେ ଲୋକଙ୍କ ମନରେ ତେଲ ସଙ୍କଟକୁ ନେଇ ଭୟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ଅନେକ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେବେ ରାଜ୍ୟରେ ଯଥେଷ୍ଟ ପରିମାଣର ତେଲ ମହଜୁଦ ଅଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ୍ ଅଛି। ଆତଙ୍କିତ ନହୋଇ ତେଲ ନକିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ତେବେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳରେ ୪ଟି ପେଟ୍ରୋଲ ପମ୍ପ ରହିଛି । ସେଥି ମଧ୍ୟରୁ ୨ଟି ଚାଲୁ ରହିଥିବା ବେଳେ ୨ଟି ବନ୍ଦ ରହିଛି ।  ଭିଡ଼କୁ ଆୟତ୍ତ କରିବା ପାଇଁ ପ୍ରତି ବାଇକ ଚାଳକଙ୍କୁ ପେଟ୍ରୋଲ ୨୦୦-୩୦୦ ଟଙ୍କା ମଧ୍ୟରେ ଦିଆ ଯାଉଥିବା ବେଳେ ଡିଜେଲ ୫୦୦ ଟଙ୍କାର ଦିଆ ଯାଉଛି । ଶୁକ୍ରବାର ଦିନ ସକାଳୁ ତେଲ ସଂକଟ ସ୍ଥାନୀୟ ଅଞ୍ଚଳରେ ଅଣାୟତ୍ତ ହୋଇପଡିଛି। ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ ସହିତ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ଯେଉଁଥିପାଇଁ ଗାଡ଼ି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗତକାଲି ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପ ମାଲିକମାନେ ଅଧିକ ମୂନାଫା ପାଇଁ ଏଭଳି କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପରିସ୍ଥିତି ଅଧିକ ଜଟିଳ ହେଵା ପୂର୍ବରୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ad-week
Leave A Reply

Your email address will not be published.