ଆସିକା ଅଞ୍ଚଳ ରେ ଥିବା ଚୋରା ସୁନା ବ୍ୟବସାୟୀ ଦସ୍ୟୁରତ୍ନାକର ରୁ ବାଲ୍ମୀକି ପାଲଟି ଗଲେଣି କି…..?

add-all

ଜିଏସଟି ଏବଂ ପୋଲିସ ଠାରୁ ବଞ୍ଚିବାକୁ ଏହା ଏକ ରଣ ନୀତି ନୁହଁ ତ ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚୋରା ସୁନାର ହୋବ୍ ଆସିକା ବୋଲି ସବୁବେଳେ ଚର୍ଚ୍ଚା ରେ ରହି ଆସିଛି । ଏଠାକାର ବଜାର ସାହିର କିଛି ବ୍ୟବସାୟୀ କିଛି ବର୍ଷ ପୂର୍ବେ ଛୋଟିଆ ସୁନା ରୁପା ଅଳଙ୍କାର ଦୋକାନ କରି ମରାମତି କାର୍ଯ୍ୟ କରୁଥିବାର ନଜିର ରହିଛି। ସ୍ୱଳ୍ପ ସମୟ ମଧ୍ୟରେ ଏରୋଗିଲା ମାନଙ୍କ ଠାରୁ ନିଜର ଏଜେଣ୍ଟ ମାନଙ୍କ ମାଧ୍ୟମରେ ଚୋରା ସୁନା ଶାଗମାଛ ଦରରେ କ୍ରୟ କରି ଆଜି ସେମାନେ କୋଟି ପତି ପାଲଟି ଯାଇଛନ୍ତି। କୋଟି ପତି ହେବା ପରେ ବଡ଼ ବଡ଼ ଅଟାଳିକା ସାଙ୍ଗକୁ ବିଭିନ୍ନ ସ୍ଥାନରେ ଦାମୀ ଗୃହ କ୍ରୟ କରି ନିଜର ସ୍ଥିତି ଏବେ ଜାହିର କରିବା ଆରମ୍ଭ କରିଛନ୍ତି। ସୋସିଆଲ ମିଡ଼ିଆରେ ଅଫିସର ମାନଙ୍କ ବକେୟା ଅର୍ଥକୁ ନେଇ ନା ନା କଥା କହୁଥିବା ଏବେ ଦେଖିବାକୁ ମିଳିଛି। କଥା ରେ ଅଛି ଗୋଡୋରିଲ ତୋ ଗୋଡକୁ ଦେଖ ନ୍ୟାୟ l ବ୍ୟବସାୟ ରେ ବାକି ଦେବା ନେବା ଏକ ପୁରୁଣା ପରମ୍ପରା ରହିଛି। ଆସିକା ଅଞ୍ଚଳ ବର୍ତ୍ତମାନ ଆଗଧାଡିର ବ୍ୟବସାୟୀ ବୋଲି ଦାବୀ କରୁଥିବା ବା ନିଜକୁ ମନ୍ତ୍ରୀ ଭଳି ମନେ କରୁଥିବା ଏମିତି ବ୍ୟକ୍ତି ବିଶେଷ ବର୍ତ୍ତମାନ ଆସିକା ଏସ୍ଡ଼ିପିଓ ନିଲମ୍ବନ ପରେ ନିଜର ସ୍ଥିତି ଜାହିର କରୁଥିବା ଲକ୍ଷ କରାଯାଇଛି। ଏଥିରୁ ସ୍ପଷ୍ଟ ବାରି ହେଉଛି ବୋଧେ ଏମାନେ ଯେପରି ସାଧୁତା ରେ ବ୍ୟବସାୟ କରୁଛନ୍ତି ଏମାନେ ମନେ ରଖିବା ଉଚ୍ଚିତ ଜେ ଯେତେ କ୍ଷୀର ରେ ଧୋଇଲେ ଵି ଅଙ୍ଗାର ର ରଙ୍ଗ ବଦଳିବ ନାହିଁ । କଣ ଏହି ମାନେ ରାତାରାତି ଚୋରା ସୁନା କ୍ରୟ କରି କୋଟିପତି ହୋଇଥିବା ବାବୁ ଦସ୍ୟୁ ରତ୍ନାକର ରୁ ବାଲ୍ମୀକି ପାଲଟି ଯାଇଛନନ୍ତି କି ବୋଲି ଏବେ ଆସିକା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ୱଳ୍ପ ସମୟ ମଧ୍ୟରେ ଚୋରା ସୁନା କ୍ରୟ କରି ସମ୍ରାଟ ହୋଇଥିବା ବ୍ୟବସାୟୀ ଙ୍କ ଉପରେ ଇଡ଼ି, ଆଇଟି କିମ୍ବା ଜିଏସଟି ପକ୍ଷରୁ ଚଢ଼ାଉ ହେଲେ ବାବୁ ରାତାରାତି କୋଟିପତି ହୋଇଥିବାର ରହସ୍ୟ ଉନ୍ମୋଚନ ହେବ ବୋଲି ଆଲୋଚନା ହେଉଛି।

ad-week
Leave A Reply

Your email address will not be published.