ପୁଲିମେଟଲାରୁ ହାଇଦ୍ରାବାଦ ଗୋ ଚାଲାଣ ଅଭିଯୋଗ : ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି

add-all

କାଲିମେଳା, ତା.୧୭/୦୫ : ମାଲକାନଗିରି ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଗାଇଗୋରୁ ସଂଗ୍ରହ କରି ଗାଈ ବେପାରୀ ମାନେ ଚିତ୍ରକୋଣ୍ଡା ଓ କାଲିମେଳା ଅଞ୍ଚଳର ମୁଖ୍ୟ ରାସ୍ତାରେ ଦିନ ଦିପ୍ରହର ରେ ପ୍ରବଳ ଖରା ରେ ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚଲାଇ ଚଲାଇ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରେ ଥିବା କଂସେଇ ଖାନାରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଥିଲା l
କିନ୍ତୁ କାଲି ରାତ୍ର ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଅଲସିଗୁଡା ଗ୍ରାମ ନିକଟରେ ଗୋ ଚାଲାଣ ଅଭିଯୋଗକୁ କେନ୍ଦ୍ର କରି ଚଞ୍ଚଳତା ସୃଷ୍ଟି ହୋଇଛି । ଗତ ରାତି ପ୍ରାୟ ୨ଟା ସମୟରେ ପୁଲିମେଟଲା ଅଞ୍ଚଳରୁ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୧୫ଟି ଗାଈ ଚାଲାଣ ହେଉଥିବା ସୂଚନା ପାଇ ମାଲକାନଗିରି ସନାତନି ଗ୍ରୁପ୍ ଏବଂ ବଜରଙ୍ଗ ଦଳର କେତେକ ଯୁବକ ଘଟଣାସ୍ଥଳରେ ପହଞ୍ଚି ଗାଇ ଗୁଡିକୁ ଅଟକାଇଥିବା ଜଣାପଡ଼ିଛି ।
ଯୁବକମାନେ ଗାଈମାନଙ୍କୁ ଗୋ ହତ୍ୟା ପାଇଁ ଚାଲାଣ କରାଯାଉଥିବା ଅଭିଯୋଗ କରିଥିବା ବେଳେ ଘଟଣା ସମ୍ପର୍କରେ କାଲିମେଳା ଥାନାକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଈମାନଙ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଏହି ଗୋ ଚାଲାଣ ଘଟଣାରେ କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତର କାର୍ତ୍ତିକ ନାମକ ଜଣେ ଯୁବକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାସହ କାଲିଗୁଡା ଗ୍ରାମର କରା ମୁତ୍ତା ଓ ମନ୍ଦାପଲ୍ଲୀ ଗ୍ରାମର ଯୋଗ ହାଲବାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି ।
ଘଟଣାସ୍ଥଳରେ SI ବିଜୟ କୁମାର ମାଝୀ, ASI ରାମକାନ୍ତ ସାହୁ, ଇର୍ମା ରାୱା ଓ ହାବିଲଦାର ଦେବା ମାଡକାମି ସହ କାଲିମେଳା ଥାନାର ପୋଲିସ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଜାରି ରଖିଛନ୍ତି ।
ପୋଲିସ ପକ୍ଷରୁ ଏଫ୍ ଆଇ ଆର୍ ୧୦୯/ ୨୦୨୬ ତା ୧୭-୦୫-୨୦୨୬ ରେ ପଞ୍ଜିକରଣ ସହ ବି ଏନ୍ ଏସ୍ ୩୦୩(୨), ୩(୫) ପିସିଏ ଆକ୍ଟ୍ ୧୯୬୦ ର ୧୧(୧)(a), ୧୧(୧)(d) ରେ ଧାରା ରୁଜୁକରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି l ଅତିଶିଘ୍ର ଘଟଣାର ପ୍ରକୃତ ସତ୍ୟତା ସ୍ପଷ୍ଟ ହେବ ବୋଲି ପୋଲିସ୍ ଠାରୁ ସୂଚନା ମିଳିଛି ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଲିସ୍, ପ୍ରାଣୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ପ୍ରକାର ଚାଲୁଥିବା ଗୋଚାଳଣ କୁ ରୋକିବା ଓ ସେମାନଙ୍କ ପୁନଃ ଥଇଥାନ ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରୁଅଛି

ad-week
Leave A Reply

Your email address will not be published.