ଖଣି ଭିତରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ନୟାଗଡ଼ ,୧୭/୦୫(ନିସର୍ତ୍ତ): କଳାମୁଗୁନି ପଥର ଖଣି ଭିତରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକ ଜଣକ ହେଲେ ନୂଆପଡ଼ା ଗ୍ରାମର ନକୁଳଙ୍କ ପୁଅ ପ୍ରତାପ କୁମାର ପାଟ୍ଟଶାଣୀ ବୟସ (୩୪) ବର୍ଷ। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କରେଣ୍ଡା ଟାଙ୍ଗୀ ପଞ୍ଚାୟତ ଅଧୀନସ୍ଥ ନୂଆପଡ଼ା ଗ୍ରାମର ପ୍ରତାପ ମେ ୧୫ ତାରିଖ ଦିନ ଅପରାହ୍ନ ୪ ଟା ସମୟରୁ ନିଖୋଜ ଥିଲେ। ରବିବାର ଦିନ ପୂର୍ବାହ୍ନ ସମୟରେ ଗ୍ରାମର ଜଣେ ମହିଳା ଶୌଚ ହେବାକୁ ଆସିଥିଲେ । ଗୋଟିଏ ମାଙ୍କଡ ତାଙ୍କ ପାଣି ଢାଳ ଗଡ଼ାଇ ଦେଇଥିଲା। ଫଳରେ ସେ ବାଧ୍ୟ ହୋଇ ରାଇପଡ଼ାରେ ଥିବା ଏକ ଖଣିକୁ ଶୌଚ ହେବାକୁ ଯାଇଥିଲେ ସେଠାରେ ପ୍ରତାପଙ୍କ ମୃତ ଦେହ ଭାସୁ ଥିବାର ଦେଖି ଥିଲେ। ମୃତଦେହଟି ପଚି ସଢ଼ି ଦୁର୍ଗନ୍ଧ ହେଉ ଥିଲା । ମହିଳା ଗାଁ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ମୃତକଙ୍କ ପରିବାର ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହା ଏକ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହେଉଛି । ଦୀର୍ଘ ଦିନ ଧରି ନକୁଳ ଏକ କ୍ରସର୍ ଚଳାଇ ଆସୁଥିଲେ। ସରକାର ପରିବର୍ତ୍ତନ ପରେ କ୍ରସରକୁ ନେଇ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଞ୍ଚି ଶବକୁ ଜବତ କରି ଦୁଇ ଜଣ ବ୍ୟକ୍ତିକୁ ଅଟକ ରଖିବା ସହିତ ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.