ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣା : ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ…

add-all

ଭୁବନେଶ୍ବରଦୁଇ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଆଜି ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୨ ଜଣ ସରକାରୀ ଅଧିକାରୀଙ୍କୁ କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ୨ ଜଣ ଅଧିକାରୀଙ୍କୁ ଅଫିସ ଡାକି ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଉଭୟ ଅଧିକାରୀଙ୍କୁ ଚେୟାରରେ ପିଟିବାରୁ ଜଣଙ୍କର ହାତ ଭାଙ୍ଗିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା। ତେବେ ଉଭୟଙ୍କୁ ଆହତ ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଜିଲ୍ଲା ଯୋଜନା ବିଭାଗ ଡେପୁଟି ଡ଼ିରେକ୍ଟର ଅଶ୍ଵିନୀ ମଲିକ ଏବଂ ଆସିଷ୍ଟାଣ୍ଡ ଡ଼ିରେକ୍ଟର ଦେବାଶିଷ ମହାପାତ୍ର ଏନେଇ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ଅଧିକାରୀ ଥାନାର ଦ୍ଵାରସ୍ଥ ହୋଇଥିଲେ।

ad-week
Leave A Reply

Your email address will not be published.