
ଆସିକା ରେ ମୋରମ ମାଫିଆ ସକ୍ରିୟ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଞ୍ଚଳ ରେ ଜମି ମାଫିଆ ମାନେ ଦିନ ଦିପହରେ ଖୁଲାମ ଖୁଲା ପ୍ଲଟ ପାଇଁ ମୋରମ ଚୋରା ରେ ଆଣି ରାସ୍ତା ନିର୍ମାଣ କରୁଛନ୍ତି। ତାହାର ନଗ୍ନ ନମୁନା କାଳଷଣ୍ଢପୁର ଠାରେ ଥିବା ଏ-ୱାନ ଫର୍ନିଚର ଦୋକାନ ସମ୍ମୁଖରେ ସହ ସହ ହାଇୱାରେ ମୋରମ ଢଳା ଯାଇଥିବା ଦେଖିବାକୁ ମିଳିଛି। ରାଜସ୍ବ ବିଭାଗ ଆଶୀର୍ବାଦ ରେ ମୋରମ ମାଫିଆ ମାନେ ଅଧିକାଂଶ କରି ରାତ୍ର ସମୟରେ ହାଇୱା ରେ ଚୋରାରେ ଚାଲାଣ ହେଉଛି। ଆସିକା ଅଞ୍ଚଳରେ ଜମି ମାଫିଆ ମାନେ ଚାଷ ଜମି ରେ ପ୍ଲଟ କାଟି ସେଠାରେ ରାସ୍ତା ବା ରୋଡ଼ ନିର୍ମାଣ ପାଇଁ ବେଆଇନ ଭାବେ ରାଜସ୍ବ ବିଭାଗ କୁ ସାଇଲେନ୍ସ ପ୍ଲିଜ କରି ମୋରମ ପକାଉଛନ୍ତି। ରାତାରାତି ମୋରମ ବିଛାଇ ପ୍ଲଟରେ ରାସ୍ତା ଓ ରୋଡ଼ ନିର୍ମାଣ ହେଉଥିଲେ ବି ସ୍ଥାନୀୟ ତହସିଲଦାର ଏହି ବେଆଇନ ମୋରମ ଚାଲାଣ କାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସ୍ଥାନୀୟ ରାଜନେତାଙ୍କ ସମେତ ପୋଲିସ ଓ ରାଜସ୍ବ ବିଭାଗ କୁ ହାତବାରିସୀ କରି ଏହି ମୋରମ ଲୁଟ ହେଉଥିବା ଆଲୋଚନା ହେଉଛି।
