କେଦାରନାଥରେ ଭୂସ୍ଖଳନ, ଫସି ରହିଛନ୍ତି ଶତାଧିକ ଶ୍ରଦ୍ଧାଳୁ

add-all

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ କେଦାରନାଥ ରୁଟରେ ଭୂସ୍ଖଳନ । ମଙ୍ଗଳବାର ରାତିରେ ପ୍ରୟାଗରାଜରେ ଭୂସ୍ଖଳନ ହେବାରୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଥିଲା । ଏହା ବ୍ୟତୀତ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ସମେତ ପ୍ରଶାସନର ଅପରେସନ ପରେ କେଦାରନାଥ ଯାତ୍ରା ରୁଟରେ ଯାତାୟତ ପୁଣି ଆରମ୍ଭ ହୋଇଛି ।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୋନପ୍ରୟାଗ ଏବଂ ଗୌରୀକୁଣ୍ଡର ମୁନକାଟିୟା ଅଞ୍ଚଳରେ ହଠାତ୍ ଭୂସ୍ଖଳନ ହୋଇଥିଲା । ରାସ୍ତା ଅବରୋଧ ହୋଇଯିବା ଯୋଗୁଁ ବହୁ ସଂଖ୍ୟକ ତୀର୍ଥଯାତ୍ରୀ ଫସି ରହିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସଡିଆରଏଫ ସୋନପ୍ରୟାଗ ଦଳ, ସବ-ଇନ୍ସପେକ୍ଟର ଆଶିଷ ଡିମିରିଙ୍କ ନେତୃତ୍ୱରେ, ଆବଶ୍ୟକୀୟ ଉଦ୍ଧାରକାରୀ ଉପକରଣ ସହିତ ଘଟଣାସ୍ଥଳକୁ ଯାଇଥିଲେ । ଏସଡିଆରଏଫ ଏବଂ ଏନଡିଆରଏଫର ଏକ ମିଳିତ ଦଳ ଦ୍ବାରା ତୁରନ୍ତ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିସହ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ SDRF ଦଳ ।

ad-week
Leave A Reply

Your email address will not be published.