ଗିରିରୋଡରେ ଯୁବକ ଉମେଶ ରଥ ଓ ତାଙ୍କ ବାନ୍ଧବୀ ଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣା : ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର…

ପୋଲିସ ର କଡା ଚେତାବନୀ ସୁଧୀର ଯାଅ ନଚେତ୍ ଏଠାରୁ ଚାଲି ଯାଅ…
ଚାଲୁ ରହିବ ପୋଲିସର ଏନକାଉଣ୍ଟର ସିଲ ସିଲା….
ବ୍ରହ୍ମପୁର : ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଉପକଣ୍ଠ ଟାମଣା ଘାଟିରେ ପୋଲିସ ମୁକେସକୁ କରିଛି ଏନକାଉଣ୍ଟର, ଏହି ଘଟଣାରେ ଗତ କାଲି ଦୁଇ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ, ଜଣକୁ ଏନକାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ ଏନକାଉଣ୍ଟରରେ ମୁଫତେସ ଦେହରେ ବାଜିଛି ଚାରି ରାଉଣ୍ଡ ଗୁଳି ଡାହାଣ ଗୋଡ଼ରେ ଦୁଇଟି, ବାମ ଗୋଡ଼ରେ ଗୋଟିଏ ଓ ବାମ ହାତରେ ଗୋଟିଏ ଗୁଳି ବାଜିଛି ।ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର mkcg ମେଡିକାଲ ରେ ଭର୍ତ୍ତି କରାଯାଇଛି।ସେ ଏବେ ମେଡିକାଲ ଆସିୟୁ ରେ ଅଛି। ମୁଫତେସ ନାମରେ ୯ରୁ ଅଧିକ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ, ଡ଼କାୟତି, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର ଭଳି ଅପରାଧିକ ମାମଲା ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା, ଗୋଷାଣୀ ନୂଆଗାଁ ଥାନାରେ ରହିଛି ଉମେଶଙ୍କୁ ଆକ୍ରମଣ କରିବା ପରେ ମୁଫତେସ ଫେରାର ଥିଲା । – ଗିରିରୋଡରେ ଉମେଶଙ୍କୁ ତଳେ ପକାଇ ବାଡ଼ିରେ ମାଡ଼ ମାରିଥିଲା ମୁଫତେସ । ଏହି ମାମଲାରେ ଗତ ବୁଧବାର ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି , ସୂଚନା ଅନୁଯାୟୀ ଗତ ୧୮ ତାରିଖ ରାତି ୮.୩୦ରେ ଉମେଶଙ୍କୁ ଗିରିରୋଡରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଉମେଶ ରଥ ଓ ତାଙ୍କ ବାନ୍ଧବୀ ବୁଲିବା କୁ ଯିବା ସମୟରେ ତାଙ୍କୁ ପିଛା କରି ଜନଗହଳି ଜାଗାରେ ଅମାନୁଷିକ ଭାବେ ମାଡ ମାରିଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ର ମୁଣ୍ଡବ୍ୟଥା ବଢିଥିଲା ।ଗତ ଶନିବାର ଦିନ ବ୍ରହ୍ମପୁର ପୋଲିସ ଜଣେ କୁଖ୍ୟାତ ଅପରାଧୀ ଦିପୂନା ନାୟକ ଙ୍କୁ କରିଥିଲା ଏନ୍ କାଉଣ୍ଟର।ଏହାର ଦୁଇଦିନ ପରେ ପୋଇସ କୁ ଭୟ ନ କରି କଡ଼ା ଚ୍ୟାଲେଞ୍ଜ ଦେଇ ବିଚ୍ ରାସ୍ତା ଉପରେ ହତ୍ୟା ଉଦ୍ୟମ ଘଟଣା ପରେ ପୋଲିସ ଘଟଣା ରେ ସମ୍ପୃକ୍ତ ଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଶେଷରେ ଘଟଣା ରେ ସମ୍ପୃକ୍ତ ମୁକେଶ କୁ କରିଥିଲା ଏନ୍ କାଉଣ୍ଟର ।ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ରେ ଅପରାଧୀ ଙ୍କୁ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଅପରାଧୀ ଙ୍କୁ ଦେଇଛନ୍ତି କଡ଼ା ଚେତାବନୀ ସୁଧୀର ଯାଅ ନଚେତ୍ ଏଠାରୁ ଚାଲି ଯାଅ ନ ହେଲେ ପୋଲିସ ଗୁଳିର ହେବ ଶିକାର। ସୂଚନା ମିଳୁଛି ମୁଖ୍ୟ ଅଭିଯୁକ୍ତ ର ସାନ ଭାଇ ଆଶିଷ ସାହୁ ନିଜ ଓକିଲ ସାହାଯ୍ୟରେ ସ୍ଥାନୀୟ ଟାଉନ ଥାନାରେ ଆତ୍ମ ସମର୍ପଣ କରିଛି କାରଣ ଏନକାଉଣ୍ଟର ଭୟରେ ଅଞ୍ଚଳ ରେ ଥିବା ଅପରାଧୀ ମାନଙ୍କ ମଧ୍ୟରେ କକୁଆ ଭୟ ଖେଳି ଯାଇଛି l ପୋଲିସ ର ଏପରି ପଦକ୍ଷେପ କୁ ସହରର ବୁଦ୍ଧିଜୀବୀ ଓ ସାଧାରଣ ସ୍ୱାଗତ କରିଛନ୍ତି l
