ମାଲକାନଗିରି ଯୋଜନା ବୋର୍ଡ ଅଧ୍ୟକ୍ଷ ପଦଭାର ସମ୍ଭାଳିଲେ ବିଧାୟକ ନରସିଂହ ମାଡ଼କାମୀ…

add-all

ମାଲକାନଗିରି, ତା.୨୧/୦୫ : ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଗୁରୁଦାୟିତ୍ୱ ଦିଆଯାଇଥିବାରୁ ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଏହି ନିଯୁକ୍ତିକୁ ନେଇ ଜିଲ୍ଲାବାସୀ ଓ ବିଭିନ୍ନ ମହଳରୁ ଶୁଭେଚ୍ଛା ଜଣାଯାଇଛି । ଦୀର୍ଘ ଦିନ ଧରି ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ବର୍ତ୍ତମାନ ସେହି ପଦବୀ ପୂରଣ ହୋଇଥିବାରୁ ଭାରତୀୟ ଜନତା ପାର୍ଟି କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି । ଆଜି ଏକ ବିରାଟ ଶୋଭଯାତ୍ରାରେ ନିଜ କର୍ମୀଙ୍କ ସହ ସ୍ଥାନୀୟ ଭୈରବ ମନ୍ଦିର ରୁ ବାହାରି ବସଷ୍ଟାଣ୍ଡ, ସୁବାସ ବୋଷ ଛକ,ବାଲିମେଳା ଛକ ,ଡି ଏନ୍ କେ ଛକ ପରିକ୍ରମା କରି ପୁରୁଣା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ନିଜ ଅଫିସ ରେ ପହଞ୍ଚି ଦାୟୀତ୍ୱ ଗ୍ରହଣ କରିଥିଲେ । ଦଳୀୟ କର୍ମୀମାନେ କହିଛନ୍ତି ଯେ, ନରସିଂହ ମାଡ଼କାମୀଙ୍କ ନେତୃତ୍ୱ ଓ ଅଭିଜ୍ଞତା ରାଜ୍ୟର ବିକାଶମୂଳକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ବୟନରେ ନୂତନ ଦିଗ ଦେବ । ବିଶେଷ କରି ମାଲକାନଗିରି ପରି ଉପାନ୍ତ ଅଞ୍ଚଳର ବିକାଶ ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ନବନିଯୁକ୍ତ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଜିଲ୍ଲାର ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ସାଧାରଣ ଲୋକ ଅଭିନନ୍ଦନ ଜଣାଇଛନ୍ତି ।ଆଜିର ଏହି ଶୋଭାଯାତ୍ରାରେ ସମସ୍ତ ମଣ୍ଡଳର କର୍ମକର୍ତ୍ତା ଙ୍କ ସହ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି,ଅଧକ୍ଷା ସାବିତ୍ରୀ ପଡିଆମି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିମାଇ ପାଲ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସନ୍ତୋଷିନି ପାତ୍ର, ମହିଳା ମୋର୍ଚ୍ଚା ସଭାପତି ବେନି କର୍ତୁଲ,ବିଧାୟକ ପ୍ରତିନିଧି ନିହାର ରାୟ ସମେତ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.