
ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ+୨ ପରୀକ୍ଷା ରେଜଲ୍ଟ ବାହାରିବା ପରେ କୃତି ଛାତ୍ରଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷକ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀର ପୂର୍ବତନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ କଳା ଓ ବିଜ୍ଞାନ ବିଭାଗରେ ଖୁବ୍ ଭଲ ହୋଇଛି ।ବିଜ୍ଞାନରେ ୫୦୦ ନମ୍ବରରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନେ ହେଲେ ବିଶ୍ୱଜିତ୍ ନାୟକ (୫୬୮), କୁମାର ସତ୍ୟ ପ୍ରକାଶ(୫୪୦), ଶିଳ୍ପାରାଣୀ ଦାସ (୫୨୯), ବିସ୍ମୟ ରଞ୍ଜନ ଦାଶ (୫୧୮), ଅର୍ପିତା ପ୍ରିୟଦର୍ଶିନୀ (୫୧୩) ସେହିପରି କଳା ବିଭାଗରେ ରୁପ୍ସାରାଣୀ ସାହୁ(୪୨୦), ଏଲିନା ପାଣିଗ୍ରାହୀ (୪୧୨) ନମ୍ବର ରହି କୃତିତ୍ୱ ହାସିଲ କରିଛନ୍ତି ।ସେମାନଙ୍କର ଏହି ସଫଳତାରେ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରେନ୍ଦ୍ର ସାହୁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
