ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ

add-all

ଅନୁଗୋଳ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ । ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ବାଲିପସି ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା , ମାଡ ମାରିବା ଓ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଏହି ଘଟଣାରେ ରେଙ୍ଗାଳି ଥାନାରେ ଏତଲା ସହିତ ପୋଲିସ ଆଇନଗତ ପଦକ୍ଷେପ ପାଇଁ କଣିଁହା ବିଡିଓ ଙ୍କ ତରଫରୁ ଏସଡିପିଓ ପାଳଲହଡା, ଉପଜିଲ୍ଲାପାଳ ତାଳଚେର ଏବଂ ଜିଲ୍ଲାପାଳ ଅନୁଗୋଳଙ୍କୁ ଲିଖିତ ଅଭିଯୋଗ ପରେ ରେଙ୍ଗାଳି ପୋଲିସ ବାଲିପସି ଗ୍ରାମପଞ୍ଚାୟତ ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ଓ ସହଯୋଗୀ ରାଜୁ ସାହୁ କୁ ଗିରଫ କରି ରେଙ୍ଗାଳି ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।

ad-week
Leave A Reply

Your email address will not be published.