ଏନ.ସି.ସି.ବି.ଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା…

add-all

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର।

ସାକ୍ଷାତ ସମୟରେ ଦୁଇ ଅନୁଷ୍ଠାନ ମଧ୍ୟରେ ଗବେଷଣା, ପ୍ରଶିକ୍ଷଣ ଓ କୌଶଳ ବିକାଶକୁ ନେଇ ସହଭାଗିତା ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବୈଜ୍ଞାନିକଙ୍କ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା।

ଏହି ଆଲୋଚନା ସମୟରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ବିଭିନ୍ନ ବିଭାଗର ମୁଖ୍ୟ ଏବଂ ସୋଆର ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.