
ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଏକ ମାନସିକ ଭିନ୍ନକ୍ଷମ ଯୁବକକୁ ପରିବାରକୁ ହସ୍ତାନ୍ତର ପରେ ଅନେକ ଦିନପରେ ପୁଅକୁ ଫେରି ପାଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ଗାଁ ପୋଲିସ କୁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି।ସୂଚନା ଅନୁଯାୟୀ କିଛିଦିନ ପୂର୍ବେ ଓଡ଼ଗାଁ ଏନଏସି ସହିତ ନନ୍ଦିଘୋର, କୋମଣ୍ଡ, ରୋହିବାଙ୍କ, କୁରାଳ ଅଞ୍ଚଳରେ ଲୋକମାନଙ୍କୁ ଗୋଡାଇ ଗୋଡାଇ ମାରିବାକୁ ଉଦ୍ୟମ କରି ଆତଙ୍କ ଖେଳାଇ ଥିବା ଏକ ମାନସିକ ଅନଗ୍ରସର ଯୁବକଙ୍କୁ ଓଡ଼ଗାଁ ପୋଲିସ ଥାନାକୁ ଆଣି ତାର ଖାଇବା ପିଇବା ବ୍ୟବସ୍ଥା ସହିତ ତାର ଯତ୍ନ ନେଇଥିଲେ, ବଜାରରୁ ପୋଷାକ ଆଣି ଦେଇଥିଲେ ।ଯୁବକଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିବା ପରେ ଓଡ଼ଗାଁ ଥାନା ଏସଆଇ ଚକ୍ରଧର ସିଂଙ୍କୁ ସେ ଜାଣିଥିବା ଏବଂ ଜଣେ ପୋଲିସ ଅଧିକାରୀଙ୍କ ନାମ ସୌମ୍ୟରଞ୍ଜନ ବୋଲି କହିଥିଲା ।ପରେ ଓଡ଼ଗାଁ ପୋଲିସ ଯୁବକ ଜଣକ କଟକ ଜିଲ୍ଲା ବାରଙ୍ଗ ଥାନା ବାରଙ୍ଗର ଦତ୍ତ ହରିଚନ୍ଦନଙ୍କ ପୁଅ ଦେବବ୍ରତ ହରିଚନ୍ଦନ(୪୨) ବୋଲି ପରିଚୟ ପାଇଥିଲେ । ଏ ସମ୍ପର୍କରେ ବାରଙ୍ଗ ଥାନା ମାଧ୍ୟମରେ ପରିବାରକୁ ଖବର ଦେବା ପରେ ସେମାନେ ଓଡ଼ଗାଁ ଥାନାକୁ ଆସି ଦେବବ୍ରତକୁ ନେଇଥିଲେ ।ଓଡ଼ଗାଁ ପୋଲିସର ଏହି ସାହାଯ୍ୟ ସବୁବେଳେ ମନେ ରହିବ ବୋଲି ତାଙ୍କର ପରିବାର ଲୋକେ କହିଥିଲେ ।ଦେବବ୍ରତ ଯିବା ପରେ ସେ ସାଙ୍ଗରେ ଆଣିଥିବା ଓଡ଼ି ୦୫ ଏଭି ୫୫୩୧ ହୋଣ୍ଡା ବାଇକ୍ କୁ ଓଡାଗାଁ ପୋଲିସ ଠାବ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
