
କୋରାପୁଟ/ କୋଟପାଡ଼ (ବସନ୍ତ ପେଗଡ଼ ) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସରକାରୀ(ଏସ.ଏସ.ଡି.) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶନ ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହି ଅନୁଷ୍ଠାନର ଆରମ୍ଭରୁ କାର୍ଯ୍ୟରତ ପ୍ରିନ୍ସପାଲ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କ ଅନବରତ ପରିଶ୍ରମ ଏବଂ ପିଲାଙ୍କ ପରିଶ୍ରମ ଦ୍ୱାରା ବର୍ଷକୁ ବର୍ଷ ସଫଳତାର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଆସୁଛି। ଚଳିତ ବର୍ଷ ଅନୁଷ୍ଠିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଏହି ଅନୁଷ୍ଠାନର ମୋଟ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ଶତ ପ୍ରତିଶତ ସଫଳତା ଅଞ୍ଚଳ ପାଇଁ ଗୌରବ ଆଣିଛି ।
ମୋଟ 114 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 84 ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ 23 ଜଣ ପରୀକ୍ଷାର୍ଥୀ ଦ୍ୱିତୀୟ ଶ୍ରେଣୀ ଏବଂ 7 ଜଣ ପରୀକ୍ଷାର୍ଥୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅମ୍ରିତା ସାହୁ ମୋଟ 524 ନମ୍ବର ରଖି ଅନୁଷ୍ଠାନ ପାଇଁ ପ୍ରଥମ ହୋଇଥିଲାବେଳେ ଧରିତ୍ରୀ ଜାନୀ 518 ମାର୍କ ସହ ଦ୍ୱିତୀୟ ଏବଂ ସଞ୍ଜୁକ୍ତା ମାଝୀ 505 ମାର୍ଚ୍ଚ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରୁ ଅନୁଷ୍ଠାନର ପ୍ରିନ୍ସପାଲ ରଞ୍ଜିତା ମହନ୍ତ, ଅଧ୍ୟାପକ ଆଶିଷ କୁମାର ଭୂଏ, ହେମନ୍ତ କୁମାର ବେହେରା, ଜିତେନ୍ଦ୍ର ନାରାୟଣ ନାଗ,ମିଣ୍ଟୁ ମୈତୀ ତଥା ଅଧ୍ୟାପିକା ଡକ୍ଟର ମୁଚିପଲି ସୈଲଜା ଏବଂ ସାଧନା ମହାନ୍ତିଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ସଜାଡ଼ି ସଠିକ ଭାବରେ ଲେଖିଦିଅ
