
ନୟାଗଡ : ନୟାଗଡ଼ର ନୂଆ ଏସପି ହେବେ ୨୦୧୮ବ୍ୟାଚର IPS ଅଫିସର ଶୁଭେନ୍ଦୁ କୁମାର ପାତ୍ର । ପ୍ରଥମ ବିଜ୍ଞପ୍ତିରେ ନୟାଗଡ଼ରେ IPS ପରମାର ସ୍ମିତ ପୁରୁଷୋତ୍ତମଦାଶ ଏସପି ଭାବେ ଯୋଗ ଦେବାକୁ ଥିବା ବେଳେ IPS ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ଏସପି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ସରକାର ପୁଣି ନିଷ୍ପତ୍ତି ବଦଳାଇ ଶୁଭେନ୍ଦୁଙ୍କୁ ନୟାଗଡ଼ ଏସପି ଏବଂ ପରମାର ସ୍ମିତଙ୍କୁ ଖୋର୍ଦ୍ଧା ଏସପି ଭାବେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
