ନୟାଗଡ ଝିଅ ଜୀନା ମହାପାତ୍ର ପାଇଲେ ପିଏଚ୍‌ଡି.

add-all

ନୟାଗଡ଼ : ରାଜନୀତି ବିଜ୍ଞାନରେ PHD ଡିଗ୍ରୀ ହାସଲ କଲେ ନୟାଗଡ଼ ଝିଅ ଜୀନା ମହାପାତ୍ର l ନୟାଗଡ ଜିଲ୍ଲା ସୋଲପଟା ଗ୍ରାମର ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କନିଷ୍ଠ କନ୍ୟା ଡଃ ଜିନା ମହାପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ନୟାଗଡ଼ ଜିଲ୍ଲାର ମହିଳା ମାନଙ୍କୁ ନେଇ ଗ୍ରାମାଞ୍ଚଳ ରେ ସରକାର ଗଠନରେ ରହିଥିବା ଭୂମିକା ପ୍ରସଙ୍ଗରେ ଏକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଥିଲେ l

ଗବେଷଣା କାର୍ଯ୍ୟଟି ସୁଦର୍ଶନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପ୍ରାଧ୍ୟାପକ ଡଃ.ସୁଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫଳତାର ସମାପିତ ହୋଇଥିଲା l ଏହି ବିଷୟରେ ଉଲ୍ଲେଖନୀୟ ଗବେଷଣା କାର୍ଯ୍ୟ ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୟାଗଡ଼ର ଝିଅ ଜୀନା ମହାପାତ୍ରଙ୍କୁ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବାକୁ ଯୋଗ୍ୟ ବିବେଚନା କରାଯାଇଛି । ଜୀନାଙ୍କ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ସୁଅ ଛୁଟିଛି l ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗାମୀ ପିଢ଼ୀଙ୍କ ପାଇଁ ଏକ ପ୍ରେରଣା ସୃଷ୍ଟି କରିବ ବୋଲି ଜୀନା କହିଛନ୍ତି l

ad-week
Leave A Reply

Your email address will not be published.