ବ୍ରହ୍ମପୁର ପୋଲିସ ଦ୍ୱାରା ଏନକାଉଣ୍ଟର ଜାରି, ଗଞ୍ଜାମ ଜିଲ୍ଲା ପୋଲିସ ଦ୍ଵାରା ୱାରେଣ୍ଟି ଗିରଫ ରେ ସୀମିତ…..!

add-all

ବ୍ରହ୍ମପୁର ପୋଲିସ ଦ୍ଵାରା ଅପରାଧୀ ସଫେଇ ଅଭିଯାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ..

ଗଞ୍ଜାମ ପୋଲିସ ପକ୍ଷରୁ ଏନକାଉଣ୍ଟର କେବେ….??
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଦ୍ୱାରା ଏନ କାଉଣ୍ଟର ଅଭିଯାନ ଜାରି ରହିଛି। ଗଞ୍ଜାମ ପୋଲିସ ଦ୍ୱାରା ୱା ରେଣ୍ଟି ଗିରଫ କରିବା ରେ ସୀମିତ ରହିଛି। ବ୍ରହ୍ମପୁରର ଅପରାଧ ତତ୍ତ୍ୱ ମନେ ଏନ କାଉଣ୍ଟର ଭୟରେ ଗଞ୍ଜାମ ଜିଲ୍ଲାର ଅନ୍ୟ ସହର ରେ ଆଶ୍ରୟ ନେଲେଣି। ବ୍ରହ୍ମପୁର ର ମାଫିଆ ମନେ ଜିଲ୍ଲାର ଅନ୍ୟ ସହରରେ ମେଳି ବାନ୍ଧି ସେମାନଙ୍କ କାୟା ବିସ୍ତାର କରିବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଆସିକା, କବିସୂର୍ଯ୍ୟ ନଗର ଓ ଶେରଗଡ଼ ଅଞ୍ଚଳରେ ମାଫିଆ ମାନେ ସେମାନଙ୍କ ନେଟୱାର୍କ ଆରମ୍ଭ କରି କଳା ଧନ ଉତ୍ପାର୍ଜନ କରିବା ପାଇଁ ସବୁ ପ୍ରକାର ପ୍ରୟାସ ଆରମ୍ଭ କରିବେ ଏହି ସବୁ ସହରରେ ମଦ ଓ ବାଲି କାରବାର ସୁରୁଖୁରୁରେ ଚାଲିଛି। ଏନକାଉଣ୍ଟର ଭୟରେ ମାଫିଆ ମାନେ ସେମାନଙ୍କ ନେଟୱାର୍କ ଅନ୍ୟ ସ୍ଥାନରେ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଗୋଟିଏ ପଟେ ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଅପରାଧୀ ମାନଙ୍କ ପାଇଁ ଜରୁରୀ କାଳୀନ ବୈଠକ ଏବଂ ଚି଼ହ୍ନ ଟ ହେବ ଅପରାଧୀ ଙ୍କ ତାଲିକା ଏବଂ ଆରମ୍ଭ ହେବ ଅପରାଧୀ ସଫେଇ ଅଭିଯାନ l ଯାହାକୁ ନେଇ ଥାନା ଅଧିକାରୀ ମାନଙ୍କୁ ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଡାକ୍ତର ଶ୍ରବଣା ବିବେକ ଏମ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି l ଯାହାକି ଅପରାଧୀ ଗହଣ ରେ କକୁଆ ଭୟ ଖେଳି ଯାଇଛି ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲା ଛାଡିବାକୁ ପ୍ରସ୍ତୁତ ହେଲେଣି l ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକାରୀ ବଦଳି ନୁଆଁ ଆରକ୍ଷୀ ଅଧିକାରୀ ଯୋଗ ଦେଲେଣି ଦେଖା ଯାଉ ଗଞ୍ଜାମ ପୋଲିସ ପକ୍ଷରୁ ଏନକାଉଣ୍ଟର କେବେ….! କାରଣ ଆସିକା ବର୍ତ୍ତମାନ ଅପରାଧୀ ଙ୍କ ଗଡ଼ ପାଲଟି ଲାଣି ମଦ ମାଫିଆ, ବାଲି ଏବଂ ଖଣିଜ ପଦାର୍ଥ ମାଫିଆ ମାନେ ଏହି ଅପରାଧୀ ତତ୍ୱ ମାନଙ୍କୁ ନେଇ ନିଜ ନିଜ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗି ପଡିଛନ୍ତି ଏବଂ ନଜିର ଵି ରହିଛି ମଦ ଓ ବାଲି କୁ ନେଇ ଅନେକ ମୁଣ୍ଡ ଗଡିଛି ତେଣୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଆଭିମୁଖ୍ୟ କୁ ସମସ୍ତଙ୍କ ନଜର l

ad-week
Leave A Reply

Your email address will not be published.