ପୌରଧ୍ୟକ୍ଷ ପାଇଁ ବିଜେପି ଲିଙ୍କରେ ବିଜେଡି ନେତା…!

add-all


ନୟାଗଡ: ୧୬ଟି ୱାର୍ଡ ବିଶିଷ୍ଟ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହିତ ସମସ୍ତ ୧୬ଟି ୱର୍ଡ ବିଜେଡି ଅକ୍ତିଆରରେ ରହିଛି ।ମାତ୍ର ଗତ ସାଧାରଣ ନିର୍ବାଚନ ପର ଠାରୁ ନୟାଗଡ଼ ପୌର ପରିଷଦର ସ୍ଥିତି ଧୀରେ ଧୀରେ ବଦଳିବାରେ ଲାଗିଛି ।ଏକାଧିକ ବିଜେପି ନେତା ଏବେ ବିଜେପି ସମ୍ପର୍କରେ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଗତ ନିର୍ବାଚନରେ ବିଜେପି ଠାରୁ ବିଜେଡି ୧୮ ସହ ଭୋଟ କମ୍ ପାଇଥିଲେ ।ତେଣୁ ନିଜ ନିଜ ଗାଦି ସମ୍ଭାଳିବା ପାଇଁ ବିଜେଡି ନେତା ମାନେ ବିଜେପିକୁ ଯିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କାଉନସିଲର ହେବାପାଇଁ କୌଣସି ନେତା ଆଗ୍ରହ ପ୍ରକାଶ କରି ସ୍ଥାନୀୟ ବିଜେପି ନେତୃମଣ୍ଡଳୀଙ୍କ ଯୋଗାଯୋଗରେ ନଥିବା ବେଳେ ପୌର ଅଧ୍ୟକ୍ଷ ହେବା ପାଇଁ ନୟାଗଡ଼ର ଜଣାଶୁଣା ୩-୪ ଜଣ ବିଜେଡି ନେତା ଏବେ ବିଜେପିରେ ଯୋଗଦେବା ଯୋଜନାରେ ଅଛନ୍ତି ।ଏହାର ଫାଇଦା ନେଇ ବିଜେପି ମଧ୍ୟ ସେମାନଙ୍କ ସହିତ ମୂଲଚାଲ ଚଳାଇଛି ।ବିଜେଡିର ଏକାଧିକ କାଉନସିଲରଙ୍କୁ ସାଙ୍ଗରେ ଆଣି ବିଜେପିରେ ଯୋଗଦେବାକୁ ଦଳ ଛାଡ଼ିବା ନେତା ମାନଙ୍କୁ କୁହାଯାଇଛି ।ଯାହାକି ଏହି ନେତା ମାନଙ୍କୁ ଅଡ଼ୁଆରେ ପକାଇଛି ।ଯେଉଁ ନେତାମାନେ ବିଜେପି ନିକଟରେ ନିଜକୁ ଦକ୍ଷ ବୋଲି ଦାବି କରିଛନ୍ତି ସେମାନେ କାଉନସିଲର ମାନଙ୍କୁ ଭେଟି ସେମାନଙ୍କ ସହିତ ରହିବା ପାଇଁ ନାନା ପ୍ରକାର ପ୍ରଲୋଭନ ସହିତ ନେହୁରା ହେଉଛନ୍ତି ।
ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ସଂଗଠନକୁ ସୁଦୃଢ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଜୋରଦାର କସରତ ଚଳାଇଛନ୍ତି ।ସମସ୍ତ କାଉନସିଲର ମାନଙ୍କୁ ଶେଷ ପର୍ଯ୍ୟନ୍ତ ନିଜ ସପକ୍ଷରେ ରଖିବା ପାଇଁ ସମସ୍ତ ପ୍ରକାର ଯୋଜନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।ତେବେ ଅରୁଣଙ୍କୁ ମାତ୍ ଦେଇ କେଉଁ ନେତାମାନେ ବିଜେପିରେ ଯୋଗଦେଉଛନ୍ତି, ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ad-week
Leave A Reply

Your email address will not be published.