ବେଆଇନ ନରସିଂହ ପଲ୍ଲୀ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି..! ନେତାଙ୍କ ଆଶୀର୍ବାଦ ରେ ବେଆଇନ ବାଲି ଘାଟ ଚାଲିଥିବା ବେଳେ ପ୍ରଶାସନ ନାଚାର……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ବେଆଇନ ବାଲି ଘାଟ ଗୁଡ଼ିକ ଉପରେ ପ୍ରଶାସନ ନୁହଁ ଆସିକା ବିଜେଡ଼ି ପକ୍ଷରୁ ଚଢ଼ାଉ କରି ବନ୍ଦ କରାଯାଇଥିଲା। ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଥିବା ନରସିଂହ ପଲ୍ଲୀ, ବରଗାଁ, ଜୟପୁର, ପାଟଳିଗୁଡା ଠାରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଛି। ଅବଧି ସରିଯାଇଥିବା ବେଳେ କାହା ଇସାରାରେ ନରସିଂହ ପଲ୍ଲୀ,

ପଢାଳ ଓ ପାଟଳିଗୁଡା ବେଆଇନ ବାଲି ଘାଟ ଚାଲିଛି। ଏପଟେ ଆସିକା ବିଜେଡ଼ି ପକ୍ଷରୁ ଅଭିଯୋଗ ହୋଇଛି, ଯେ ବିଧାୟକଙ୍କ ସମ୍ପୃକ୍ତି ଥିବା ଯୋଗୁଁ ପ୍ରଶାସନ ହାତ ମାରିବାରେ ସାହସ କଟୁନାହିଁ ବୋଲି। ଆଗାମୀ ଦିନରେ ବେଆଇନ ବାଲିଘାଟ ବନ୍ଦ ନହେଲେ ବେଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଭବାନୀ ଶଙ୍କର ମଲ୍ଲିକ ପ୍ରକାଶ କରିଛନ୍ତି। ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ସିସି ଟିଭି କେମେରା ଲାଗିଛି। ଖଣି, ରାଜସ୍ବ ଓ ପୋଲିସ ବିଭାଗ ବେଆଇନ ବାଲି ଉତ୍ତୋଳନ କରୁଥିବା ମାଫିଆ ମାନଙ୍କ ଉପରେ ହାତ ମାରିବାକୁ ସାହସ କରୁନାହାନ୍ତି। ଆସିକା ଅଞ୍ଚଳ ରେ ଅଧିକାଂଶ ବେଆଇନ ବାଲି ଘାଟ ୧୪୪ ଧାରା ଲାଗିବା ପରେ ବନ୍ଦ ରହିଛି। ନରସିଂହ ପଲ୍ଲୀ ବେଆଇନ ବାଲି ଘାଟକୁ ପ୍ରଶାସନ ର ଏତେ ଦରଦ କାହିଁକି। ଦିନ ରାତି ବାଲି ଖନନ କରାଯାଇ ନଦୀରେ ପାହାଡ଼ ଭଳି ଗଚ୍ଛିତ ଷ୍ଟକ କରି ରଖା ଯାଇଛି। ତଥାପି ପ୍ରଶାସନ ଅନ୍ଧ ମୁକ ଓ ବଧିର ପାଲୋଟି ଯାଇଛି l ମୋଟା ଅଙ୍କର ବଟି ନେଇ ପୁରା ନୀରବ ତେଣୁ ଏହା ଉଚ୍ଚ ସ୍ତରୀୟ ତଦନ୍ତ ର ଆବଶ୍ୟକ l ବାବୁ ମାନେ ଜଣେ ଜଣେ କୁବେର ସରକାରୀ ରାଜସ୍ବ ବାବୁ ମାନଙ୍କ ପକେଟ ଗରମ କରୁଛି l ଆସିକା ରେ ଚାଲିଛି ତାଲିବାନ ଶାସନ ବୋଲି ସାଧାରଣ ରେ ଚର୍ଚ୍ଚା l ତେଣୁ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l
