

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ରେ ସମ୍ପୃକ୍ତ ଥିବା ବଡ଼ଗଡ଼ ଥାନା ଇଲାକାର ନୂଆଗାଁ ର ରଞ୍ଜନ ମଲ୍ଲିକ ଓ ଶିକରୀ ପାଢ଼ୀ ସାହିର ଭିକି ପଣ୍ଡା ଓରଫ ସରୋଜକୁ ଆଙ୍କୁଶ ପୁର ନିକଟରେ ଏନ କାଉଣ୍ଟର କରିଛି ବ୍ରହ୍ମପୁର ପୋଲିସ l ସୁଧୀର ପାତ୍ର ହତ୍ୟା ଘଟଣାରେ ଏହି ଦୁଇ ଜଣଙ୍କ ସମ୍ପୃକ୍ତି ରହିଥିଲା। ବ୍ରହ୍ମପୁର ପୋଲିସର ଏନ କାଉଣ୍ଟର ସଂଖ୍ୟା ବଢ଼ି ଏବେ ୫ ରେ ପହଁଚିଛି। ବ୍ରହ୍ମପୁର ସହରରେ ଅପରାଧ ତତ୍ତ୍ୱ ମାନଙ୍କ ଆତଙ୍କ ରାଜ ଜାରି ରହିଥିବା ବେଳେ ପୋଲିସ ର ଏନ କାଉଣ୍ଟର ବି ଜାରି ରହିଛି। ଜିଲ୍ଲାର ଅପରାଧ ତତ୍ତ୍ୱ ମାନେ ଦୀର୍ଘ ଦିନ ହେଲା ବିଭିନ୍ନ ମାମଲା ରେ ଜେଲରେ ଥାଇ ବେଲରେ ଆସିଛନ୍ତି। ବ୍ରହ୍ମପୁର ରେ ଅପରାଧ ତତ୍ତ୍ୱ ମାନଙ୍କ ମଧ୍ୟରେ ଗ୍ୟାଙ୍ଗୱାର ହେଉଥିବା ଯୋଗୁଁ ପୋଲିସ ପାଇଁ ଖୋଲା ଚ୍ୟଲେଞ୍ଜ ସୃଷ୍ଟି ହୋଇଛି। ସେ ଯାହାବି ହେଉ ଅନେକ ଦିନ ପରେ ଗର୍ଜୁଛି ପୋଲିସ ର ବନ୍ଧୁକ ଯାହା ଫଳରେ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟର ବାତାବରଣ ଖେଳି ଗଲାଣି l ବର୍ତ୍ତମାନ ଅପରାଧୀ ମାନେ ଅଞ୍ଚଳ ଛାଡିବା ଦେଖା ଗଲାଣି l ପୋଲିସ ର ଏହି ପଦକ୍ଷେପ ରେ ସାଧାରଣ ଲୋକ ସାଧୁବାଦ ଜଣାଇବା ସହିତ ପ୍ରଶଂସା କରୁଛନ୍ତି l
